ଓସ୍କାର ଦୌଡରେ ୨ ଭାରତୀୟ ସିନେମା ସାମିଲ
ମୁମ୍ବାଇ: ଓସ୍କାର ଦୌଡରେ ସାମିଲ ହୋଇଛି ୨ ଭାରତୀୟ ସିନେମା । ବଲିଉଡ ଅଭିନେତା ଭିକି କୌଶଲଙ୍କ ଫିଲ୍ମ 'ସରଦାର ଉଧମ' ଓ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଫିଲ୍ମ 'ଶେରନୀ' ୯୪ ଏକାଡେମୀ ଆୱାର୍ଡର ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ ଫିଚର ଫିଲ୍ମ କ୍ୟାଟାଗୋରୀରେ ସାମିଲ ହୋଇଛି ।
ଫିଲ୍ମ ଶେରନୀରେ ବିଦ୍ୟା ବାଲନ ଜଣେ ଫରେଷ୍ଟ ଅଫିସର ଭୂମିକାରେ ନଜର ଆସିଛନ୍ତି । ବିବାହ ଓ ଚାକିରି ମଧ୍ୟରେ ଫସିଥିବା ବିଦ୍ୟାଙ୍କ ଚରିତ୍ର ବେଶ୍ ଦମଦାର ହୋଇଛି । ବିଦ୍ୟା ଫିଲ୍ମରେ ମନୁଷ୍ୟ ଓ ପଶୁଙ୍କ ମଧ୍ୟରେ ଶତ୍ରୁତାକୁ ଶେଷ କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି ।ଶେରନୀରେ ଶରଦ ସକ୍ସେନା, ମୁକୁଲ ଚଡ୍ଢା, ବିଜୟ ରାଜ, ଇଲା ଅରୁଣ ଓ ନୀରଜ କବି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ନିର୍ଦ୍ଦେଶକ ଅମିତ ମସୁରକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।ସେପଟେ ଭିକି କୌଶଲଙ୍କ ଫିଲ୍ମ 'ସରଦାର ଉଧମ', ସ୍ବାଧୀନତା ସଂଗ୍ରାମୀ ସରଦାର ଉଧମ ସିଂହଙ୍କ ଜୀବନୀ ଉପରେ ଆଧାରିତ ଏକ ବାୟୋପିକ ଫିଲ୍ମ । ସୂଜିତ ସରକାର ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି, ଯେଉଁଥିରେ ଶହୀଦ ଭଗତ ସିଂହଙ୍କ ଭୂମିକାରେ ନଜର ଆସିଛନ୍ତି ଅନମୋଲ ପରାସର ।
Powered by Froala Editor