ନାଁ ବଦଳାଇବ ଫେସବୁକ୍, ୟୁଜର୍ସଙ୍କ ଉପରେ ପଡ଼ିବନି ପ୍ରଭାବ
ଫେସ୍ବୁକ୍ ଏବେ ନାଁ ବଦଳିବାକୁ ଯାଉଛି। ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ ପରିଚାଳିତ ଫେସ୍ବୁକ୍ ଆଉ କେବଳ ଏକ ସୋଶାଲ୍ ମିଡିଆ କମ୍ପାନୀ ଭାବେ ପରିଚିତ ହେବାକୁ ଚାହୁଁ ନାହିଁ। ଏଣୁ ଏହା ନିଜକୁ ବିସ୍ତାର କରିବା ସହିତ ତା'ର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି। ନାଁ ପରିବର୍ତ୍ତନ ହେଲେ ବି ଏହାର ପ୍ରଭାବ ଫେସ୍ବୁକ୍ ୟୁଜର୍ସଙ୍କ ଉପରେ ପଡ଼ିବ ନାହିଁ। ପରିଚୟ ବଦଳାଇବା ପରେ ବି ଏହା ଏକ ସୋଶାଲ୍ ମିଡିଆ ପ୍ଲାଟ୍ଫର୍ମ ଭାବେ ଚାଲିବ।
ଅକ୍ଟୋବର ୨୮ ତାରିଖରେ ଫେସ୍ବୁକ୍ର ବାର୍ଷିକ କନେକ୍ଟ କନ୍ଫରେନ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ମାର୍କ ଜୁକରବର୍ଗ ନାଁ ପରିବର୍ତ୍ତନ ସମ୍ପର୍କରେ କହିବେ ବୋଲି ଜଣାପଡିଛି । ଏହାର ଅର୍ଥ ଚଳିତ ମାସରେ ହିଁ ଫେସ୍ବୁକ୍ କମ୍ପାନୀ ନିଜକୁ ନୂଆ ରୂପ ବା ପରିଚୟ ଦେଇପାରେ। ନାଁ ବଦଳିବା ପରେ ଫେସ୍ବୁକ୍ର ଆପ୍ ଏକ ପ୍ୟାରେଣ୍ଟ୍ କମ୍ପାନୀ ଅଧୀନରେ ଚାଲିବ, ଯାହା ଫେସ୍ବୁକ୍ର ସମସ୍ତ ସେବାକୁ ପରିଚାଳନା କରିବ। ତା’ମଧ୍ୟରେ ହ୍ୱାଟ୍ସଆପ୍ ଓ ଇନ୍ଷ୍ଟାଗ୍ରାମ୍ ଆଦି ସେବା ବି ଅନ୍ତର୍ଭୁକ୍ତ।
Powered by Froala Editor