ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ
ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ମହାମାରୀର ଆତଙ୍କ ଯୋଗୁଁ ରାଜ୍ୟରେ ସ୍କୁଲ, କଲେଜ ସ୍ୱାଭାବିକ ଭାବରେ ଚାଲିପାରୁନଥିଲା । ବିଦ୍ୟାର୍ଥୀମାନେ ଘରେ ରହି ଅନଲାଇନ ମାଧ୍ୟମରେ ପାଠ ପଢୁଥିଲେ । କିନ୍ତୁ ଅନେକ ଅଞ୍ଚଳରେ ଏହା ସମ୍ଭବ ହୋଇପାରୁନଥିଲା । ନିକଟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଫଲାଇନ ପାଠପଢା ପାଇଁ ସ୍କୁଲ ଖୋଲିଥିବାବେଳେ ଦଶହରା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲାଯିବ ବୋଲି ସୂଚନା ମିଳିଛି । ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ ମାନି ଶ୍ରେଣୀଗୃହରେ ଶିକ୍ଷାଦାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂଜାଛଟି ପରେ ସ୍କୁଲ ଖୋଲିବା ନେଇ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
Powered by Froala Editor