ପୂଜା ମାହୋଲରେ ଚାଞ୍ଚଲ୍ୟ : ଅଳିଆ ଗଦାରେ ପଡିଛି କଟା ହାତ, ଗୋଡ

ପୂଜା ମାହୋଲ ଭିତରେ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି । ଭୁବନେଶ୍ୱର ରାମ ମନ୍ଦିର ପଛପଟେ ଥିବା ଏକ ଅଳିଆ ଗଦା ଭିତରୁ କଟା ହାତ, ଗୋଡ ପଡିଥିବା ଦେଖିବାକୁ ମିଳିଛି । ଏଗୁଡିକ ଅଳିଆ ଗଦାକୁ କେମିତି ଆସିଲା ଜଣାପଡିନି । କିନ୍ତୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଖାରବେଳ ନଗର ପୁଲିିସ ତଦନ୍ତ ଆରମ୍ଭ କରିଛି ।
ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, କଟା ହାତ, ଗୋଡରେ ଷ୍ଟିଜ୍ ପଡିଛି । ତେଣୁ ଏହା ନିକଟରେ ଥିବା ମେଡିକାଲ ଇନଷ୍ଟିଚ୍ୟୁଟ୍ ଲ୍ୟାବରୁ ଆସିଥାଇପାରେ । ଦୁର୍ଗନ୍ଧ ମଧ୍ୟ ବାହାରୁନଥିବାରୁ ଏଗୁଡିକୁ ପ୍ରିଜର୍ଭ କରି ରଖାଯାଇଥିବା ପୁଲିସ ଅନୁମାନ କରୁଛି । ତଥାପି ପୁଲିସ ଫରେନ୍ସିକ ଯାଞ୍ଚ ପାଇଁ ହାତ, ଗୋଡକୁ ଏମ୍ସ ପଠାଇଛି ।
ପୁଲିସ କହିବାନୁଯାୟୀ, ଅଳିଆ ଗଦାରେ ହାତ, ଗୋଡ ପଡିଥିବା ପ୍ରଥମେ ସ୍ଥାନୀୟ ଲୋକ ଦେଖିଥିଲେ । ଏହାକୁ କିଏ ଆଉ କେତେବେଳେ ପକାଇଲା ଜଣାପଡିନି । ଲୋକେ ପୁଲିସକୁ ଖବର ଦେବା ପରେ ତଦନ୍ତ କରାଯାଉଛି । ଫରେନ୍ସିକ ଯାଞ୍ଚ କରି ଏହା ଲ୍ୟାବ୍ରୁ ଆସିଛି ନା ହତ୍ୟାକାଣ୍ଡ ଜଣାପଡିବ । ଯଦି ହତ୍ୟା ହୋଇଥିବ ତେବେ ତଦନ୍ତ ଅନ୍ୟ ଦିଗକୁ ଗତି କରିବ ବୋଲି ସୂଚନା ମିିଳିଛି ।
Powered by Froala Editor