ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ ବୈଠକ
ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ ବୈଠକ । ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ପରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଆଜି ଏହି ବୈଠକରେ ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ ।
ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ସାମିଲ ହୋଇଛନ୍ତି । ବିଭିନ୍ନ ଜିଲ୍ଲା ଗସ୍ତ କରିଥିବା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟରୁ ବୈଠକରେ ଯୋଡ଼ି ହୋଇଥିବା ବେଳେ ଅନ୍ୟ କିଛି ମନ୍ତ୍ରୀ ଲୋକସେବା ଭବନରୁ ବୈଠକରେ ସାମିଲ ହୋଇଛନ୍ତି ।
Powered by Froala Editor