ହାତରେ ଅଛି କି ଏପରି ରେଖା, ଶନି ଆପଣଙ୍କର କିଛି ବିଗାଡ଼ି ପାରିବେ ନାହିଁ

ହାତର ରେଖାଗୁଡ଼ିକୁ ବିଶ୍ଳେଷଣ କରିବା ସମୟରେ ମଙ୍ଗଳ ଗ୍ରହ ଏବଂ ଶନି ଦେଖାଯାଏ ନାହିଁ, ଏହା ତ ସମ୍ଭବ ନୁହେଁ। ଭଗବାନ ହନୁମାନଙ୍କୁ ମଙ୍ଗଳର ଦ୍ବିତୀୟ ସ୍ବରୁପ ମନା ଯାଏ। ଭଗବାନ ରାମଙ୍କର ପରମ ଭକ୍ତ ହେଲେ ହନୁମାନ। ଯଦି କୈାଣସି ବ୍ୟକ୍ତିର ହାତରେ ମଙ୍ଗଳ ଚିହ୍ନ ଅର୍ଥାତ୍ ହନୁମାନଙ୍କର ଚିହ୍ନ ଅଛି ତେବେ ଶନିଙ୍କର ଛାଇ କିଛି ବି ବିଗାଡ଼ି ପାରିବନି।
ଜୀବନ ରେଖା ସହିତ ଯଦି ମଙ୍ଗଳ ରେଖା ଏକରୁ ଅଧିକ ଅର୍ଥାତ୍ ପ୍ରଥମଟା ବଡ଼, ଦ୍ବିତୀୟଟା ଛୋଟ, ତୃତୀୟଟା ତା’ଠାରୁ ବି ଛୋଟ ଅଛି ତେବେ ତାହାକୁ ହନୁମାନ ରେଖା ବା ମଙ୍ଗଳ ରେଖା କୁହାଯାଏ। ଯଦି ହାତରେ ମଙ୍ଗଳ ଗ୍ରହ ଅଛି ତ ବ୍ୟକ୍ତିର ହାତରେ ହନୁମାନଙ୍କର ବିଶେଷ କୃପା ପ୍ରାପ୍ତ ହେବ।
ଜୀବନ ରେଖା ସହିତ ମଙ୍ଗଳ ରେଖା ଯଦି ପୁରା ସଫା ଅଛି ତେବେ ରାହୁ ରେଖା କଟା ଏବଂ ମଙ୍ଗଳ ପର୍ବତ ଉପରେ ଶଙ୍ଖର ଚିହ୍ନ ଅଛି ତେବେ ଏହି ବ୍ୟକ୍ତି ଉପରେ ହନୁମାନଙ୍କର ବିଶେଷ କୃପା ରହିଥାଏ।
ଯଦି ଶନି ଗ୍ରହ ତଳେ ହୃଦୟ ରେଖା ସ୍ପଷ୍ଟ ଏବଂ ଏହା ଉପରେ ପଦ୍ମ ବା ତ୍ରିଭୁଜ ସ୍ପଷ୍ଟ ଭାବରେ ଦେଖାଯାଉଥିବ ତେବେ ସେମାନେ ହନୁମାନଙ୍କର ଉପାସକ ହୋଇଥାନ୍ତି। ଏହି ପରିସ୍ଥିତିରେ ଶନି ମଧ୍ୟ ତାଙ୍କର କିଛି ବିଗାଡ଼ି ପାରିବେ ନାହିଁ।
ଯଦି କୈାଣସି ବ୍ୟକ୍ତିର ହାତରେ ହୃଦୟ ରେଖା ଉପରେ ୩ଟି ସିଧା ରେଖା ଅଛି, ଶନି ଆଙ୍ଗୁଳି ସିଧା, ଆଧାର ଏକାପ୍ରକାର ଅଛି ଏବଂ ମଙ୍ଗଳ ଗ୍ରହ ଦୁଇ ହାତରେ ଅଛି ତେବେ ସେହି ବ୍ୟକ୍ତିଙ୍କ ଉପରେ ହନୁମାନଙ୍କ ବିଶେଷ କୃପା ପଡ଼ିଥାଏ। କୁହାଯାଏ କି ଏମିତି ରେଖା ହନୁମାନଙ୍କର ପରମ ଭକ୍ତଙ୍କ ହାତରେ ହିଁ ଥାଏ। ଏମିତି ଭକ୍ତ ଯେବେ ବି ହନୁମାନଙ୍କ ମନ୍ଦିର ବନାଇବାରେ ଯୋଗ ଦେଇପାରିବେ।
ଭାଗ୍ୟ ରେଖା ଶନି ଗ୍ରହରୁ ବାହାରି ମଣିବନ୍ଧ ପର୍ୟ୍ୟନ୍ତ ଯାଇଥାଏ। ଯଦି ଶନି ଗ୍ରହ ତଳେ ତ୍ରିଶୁଳ ଭଳି ହୋଇଯାଏ ତେବେ ତାହାକୁ ହନୁମାନଙ୍କ ଚିହ୍ନ ବୋଲି ମାନାଯାଇଥାଏ। ଏହିଭଳି ଚିହ୍ନ ଥିବା ବ୍ୟକ୍ତି ଉପରେ ହନୁମାନଙ୍କର ବିଶେଷ କୃପା ରହିଥାଏ।
Powered by Froala Editor