ଦୂର୍ଗା ପୂଜା ଓ ନାଇଟ୍ କର୍ଫ୍ୟୁ ପାଇଁ ମୁତୟନ ହେବେ ୩୨ ପ୍ଲାଟୁନ୍ ପୋଲିସ ଫୋର୍ସ
କଟକ: ପୂଜା ପାଇଁ କଟକ ସହରରେ ବ୍ୟାପକ ବ୍ୟବସ୍ଥା । ଦୂର୍ଗା ପୂଜା ଓ ନାଇଟ୍ କର୍ଫ୍ୟୁ ପାଇଁ କଟକ ସହରରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ସହରରେ ୧୦୦ ଜଣ ବରିଷ୍ଠ ଅଧିକାରୀ ମୃତୟନ ହେବେ । ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ସେହିପରି ଡିସିପି ଡିସିପି ଆହୁରୀ ମଧ୍ୟ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପୂଜା ମଣ୍ଡପ ଓ ପୀଠରେ କଟକଣା କଡାକଡି କରାଯିବ । ତେବେ ସମସ୍ତ ପୂଜା ମଣ୍ଡପରେ କରୋନା କଟକଣା ମାନି ପୂଜା କରିବାକୁ ପରାମର୍ଶ ଦିଆଯାଇଛି ।
ସହରରେ ବିଭିନ୍ନ ସ୍ଥାନରେ ରହିବ କୋଡିଏଟି ଏଡପୋଷ୍ଟ । ତେବେ ଚଳିତ ବର୍ଷ କୋଭିଡ ଗାଇଡଲାଇନ ଅନୁସାରେ ପୂଜା କରିବା ପାଇଁ ପୂଜା କମିଟିକୁ ଅନୁରୋଧ କରାଯାଇଛି । ସେହିପରି ସହରରେ ମୋଟ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି ସୂଚନା ଦେଇଛନ୍ତି ।
Powered by Froala Editor