ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ
ବାଗେଶ୍ବର ଧାମ ମୁଖ୍ୟ ପୁରୋହିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ ହୋଇଛନ୍ତି। ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ରାଜନଗର ଥାନା ଅଞ୍ଚଳର କୋଡା ଗାଁରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ତାଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ଅଙ୍କିତ ମିଶ୍ରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।
ସୂଚନା ଅନୁଯାୟୀ, ମାମଲାରେ ପଞ୍ଜିକୃତ ଏଫଆଇଆର ଆଧାରରେ ଶାଲିଗ୍ରାମ ଗର୍ଗ ଏବଂ ଅଙ୍କିତ ମିଶ୍ରଙ୍କୁ ଗିରଫ କରାଯାଇଛି। ଛତ୍ରପୁର ଜିଲ୍ଲାରେ ଏକ ଜମି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇବା ଓ ମାଡ଼ ମାରିବା ଅଭିଯୋଗରେ ଧୀରେନ୍ଦ୍ରଙ୍କ ଭାଇ ଓ ଅନ୍ୟ ଜଣେ ବୁଧବାର ଗିରଫ ହୋଇଛନ୍ତି। ହତ୍ୟା ଉଦ୍ୟମ ନେଇ ଗର୍ଗ ଓ ତାଙ୍କର ୩ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଛତ୍ରପୁର ଅତିରିକ୍ତ ଏସ୍ପି ଆଦିତ୍ୟ ପଟଲେ କହିଛନ୍ତି, ରାଜନଗର ଥାନା ଅଧୀନ କୋଢ଼ା ଗ୍ରାମରେ ମୋତି କୁଶୱାହା ତାଙ୍କ ଘରେ ଥିବା ସମୟରେ ଗର୍ଗ ଓ ଅନ୍ୟ ୩ ଜଣ ତାଙ୍କୁ ତାଙ୍କ ଘରେ ପଶି ମାଡ଼ ମାରିଥିଲେ ଓ ଗୁଳି କରିଥିଲେ। କୁଶୱାହାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇତି ମଧ୍ୟରେ ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ ସାନଭାଇ ଶାଲିଗ୍ରାମ ଗର୍ଗଙ୍କ ସହ ତାଙ୍କର କିଛି ସମ୍ପର୍କ ନାହିଁ।
Powered by Froala Editor