ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, , ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଅଭିବ୍ୟକ୍ତି । ରଥଯାତ୍ରା ସହ ଜଡିତ ପରମ୍ପରା ଭାରତ ଏବଂ ବିଶ୍ୱର ଅନେକ ପିଢ଼ିକୁ ପ୍ରେରଣା ଦେଇଛି । ଏହା ବିନମ୍ରତା, ସାମୂହିକ ଅଂଶଗ୍ରହଣ ଏବଂ ନିଃସୱାର୍ଥପର ସେବାକୁ ପ୍ରତିଫଳିତ କରେ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ । ସେ ଆମକୁ ସମସ୍ତ ପ୍ରୟାସ ପାଇଁ ଶକ୍ତି ଦିଅନ୍ତୁ ଏବଂ ସମାଜରେ ଏକତାର ଭାବନାକୁ ଆହୁରି ସୁଦୃଢ଼ କରନ୍ତୁ ।
ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ଘୋଷଯାତ୍ରା ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, '' ମହାପ୍ରଭୁଙ୍କ ରଥଯାତ୍ରାର ଏହି ପବିତ୍ର ଅବସରରେ, ମୁଁ ଦେଶ ଏବଂ ବିଦେଶରେ ଥିବା ସମସ୍ତ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ମୋର ଆନ୍ତରିକ ଶୁଭକାମନା ଜଣାଉଛି ।
ଏହା ଏକ ଲୋକପ୍ରିୟ ବିଶ୍ୱାସ ଯେ, ପବିତ୍ର ରଥଯାତ୍ରାର ଏହି ମହାନ ପରମ୍ପରା ସମୟରେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଚକ୍ରରାଜ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ଭକ୍ତମାନଙ୍କୁ ସାକ୍ଷାତ କରନ୍ତି । ଭକ୍ତ ଏବଂ ପ୍ରଭୁଙ୍କ ମଧ୍ୟରେ ଏକତାର ଏହି ଭାବପ୍ରବଣ ମୁହୂର୍ତ୍ତ ଅତୁଳନୀୟ । ମୋର ପ୍ରାର୍ଥନା ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ, ଆମ ଦେଶ ଏବଂ ଏହାର ଲୋକଙ୍କ ସୁଖ ଏବଂ ସମୃଦ୍ଧିରେ ନିରନ୍ତର ବୃଦ୍ଧି ହେଉ। ଜୟ ଜଗନ୍ନାଥ ! ''
Powered by Froala Editor