ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି
ବଲିଉଡ୍ ଅଭିନେତା ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ କିଛି ମୁସଲିମ ସଂପ୍ରଦାୟର ବିଭିନ୍ନ ମହଲରୁ ଆପତ୍ତି ଉଠିଛି। ଏହାକୁ କେନ୍ଦ୍ର କରି ଜଣେ ମୌଲବୀ ଫତୱା ଜାରି କରିଥିବା ଦାବି ସାମ୍ନାକୁ ଆସିଛି।
ଏକ ସାକ୍ଷାତକାରରେ ମୁସଲିମ ପର୍ସନାଲ ଦାରୁଲ ଇଫ୍ତାର ଶାହିର ମୁଖ୍ୟ ମୁଫତି ମୌଲାନା ଇବ୍ରାହିମ ହୁସେନ କହିଛନ୍ତି ଯେ, ଶରିଆ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କ ପାଇଁ ଇସଲାମ ଧର୍ମକୁ ଅନୁସରଣ ନକରୁଥିବା ମହିଳାଙ୍କୁ ବିବାହ କରିବା ଅନୁମତିପ୍ରାପ୍ତ ନୁହେଁ। ତାଙ୍କ ମତରେ, ଏପରି ବିବାହ ଧାର୍ମିକ ଶିକ୍ଷା ବିରୋଧୀ । ସେ କହିଛନ୍ତି ଯେ, କିଛି ମୁସଲିମ ସମ୍ପ୍ରଦାୟର ସଦସ୍ୟ ମଧ୍ୟ ଆମିର ଖାନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ସେ ଦାବି କରିଛନ୍ତି ଯେ ଏପରି ବିବାହ ଇସଲାମିକ ଶରିଆ ସହ ସୁସଙ୍ଗତ ନୁହେଁ।
ଗୌରୀ ସ୍ପ୍ରାଟ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ବୋଲି ବିଭିନ୍ନ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏହାକୁ କେନ୍ଦ୍ର କରି ଆନ୍ତଃଧର୍ମ ବିବାହ, ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଧାର୍ମିକ ନିୟମକୁ ନେଇ ଦେଶବ୍ୟାପୀ ଆଲୋଚନା ଆରମ୍ଭ ହୋଇଛି।
ଆମିର ଖାନ ପ୍ରଥମେ ୧୯୮୬ ମସିହାରେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ଦୁହେଁଙ୍କର ଜୁନେଦ ଓ ଇରା ନାମକ ଦୁଇ ସନ୍ତାନ ଅଛନ୍ତି। ୨୦୦୨ରେ ଏହି ବିବାହର ବିଚ୍ଛେଦ ହୋଇଥିଲା। ଏହାପରେ ୨୦୦୫ରେ ସେ ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କୁ ବିବାହ କରିଥିଲେ। ୨୦୧୧ରେ ସରୋଗେସି ମାଧ୍ୟମରେ ତାଙ୍କ ପୁଅ ଆଜାଦଙ୍କ ଜନ୍ମ ହୋଇଥିଲା। ୨୦୨୧ରେ ଦୁହେଁ ବିଚ୍ଛେଦ ଘୋଷଣା କରିଥିଲେ।
Powered by Froala Editor