ଇମ୍ୟନୁଟି ସିଷ୍ଟମକୁ ମଜବୁତ କରିବାର ଉପାୟ ଜାଣନ୍ତୁ.....

ଭୁବନେଶ୍ଵର : ମହାମାରୀ କରୋନା ସଙ୍କଟ ମଧ୍ୟରେ ସୁସ୍ଥ ରହିବା ପାଇଁ ସମସ୍ତ ପ୍ରକାରର ସାବଧାନତା ରକ୍ଷା କରିବା ଉଚିତ୍। ଅଦୃଶ୍ୟ ଭୂତାଣୁ ଠାରୁ ବର୍ତ୍ତିବା ପାଇଁ ହାତ ଧୋଇବା, ସାମାଜିକ ଦୂରତ୍ଵ ରକ୍ଷା କରିବା, ମାସ୍କ ପିନ୍ଧିବା ଭଳି ନିୟମକୁ କଡାକଡି ଭାବେ ପାଳନ କରିବା ଉଚିତ୍। ଏହା ସହ ମହାମାରୀ ଠାରୁ ବର୍ତ୍ତିବା ପାଇଁ ଇମ୍ୟୁନିଟି ସିଷ୍ଟମ କୁ ମଜବୁତ କରିବା ମଧ୍ୟ ଖୁବ୍ ଜରୁରୀ। ଯଦି ଆପଣ ଥକ୍କା ଅନୁଭବ କରୁଛନ୍ତି, ବାରମ୍ବାର ରୋଗ ଗ୍ରସ୍ତ ହେଉଛନ୍ତି ତେବେ ଆପଣଙ୍କ ଶରୀରରେ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ରହିଛି।
ତେବେ ଜାଣନ୍ତୁ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିଲେ କେଉଁ ସବୁ ଲକ୍ଷଣ ଦେଖାଯାଇଥାଏ-
ଯଦି ଆପଣ କମ୍ କାମ କରିବା ସତ୍ତ୍ଵେ ଥକି ଯାଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ରହିଛି। ଆମେରିକାନ ସାଇକୋଲୋଜିକାଲ ଆଶୋସିଏସନର ଏକ ରିପୋର୍ଟ ଅନୁଯାୟୀ, ଦୀର୍ଘ ସମୟ ଧରି ଯଦି ଆପଣଙ୍କ ଥକ୍କାପଣ ରୁହେ ତେବେ ଏହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିବ। ଥକ୍କାପଣ ଶରୀରରୁ ଧଳା ରକ୍ତ କଣିକା କମ୍ କରିଥାଏ। ଏହା ଦ୍ଵାରା ଆପଣଙ୍କୁ ଖୁବ୍ ଶୀଘ୍ର ଧଣ୍ଡା ଜ୍ଵର ଆକ୍ରାନ୍ତ କରିବାର ଭୟ ରହିଛି।
ଯଦି ଆପଣଙ୍କୁ ପେଟ ସମ୍ବନ୍ଧୀୟ କୌଣସି ରୋଗ ରହିଛି, ଯଥା ଗ୍ୟାସ୍ ଭଳି ସମସ୍ୟା ରହିଛି ତେବେ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ରହିଛି। ଶରୀରର ୭୦ ଭାଗ ଇମ୍ୟୁନିଟି ସିଷ୍ଟମ ପାଚନ ତନ୍ତ୍ରରେ ରହିଥାଏ। ଏଠାରେ ଥିବା ଲାଭଦାୟକ ବ୍ୟାକ୍ଟେରିଆ ସଂକ୍ରମଣ ରୋକିବାକୁ ସାହାଯ୍ୟ କରେ। ସେହିପରି ଯଦି ଆପଣଙ୍କ ଶରୀରରେ କଟା ଘା ବିଳମ୍ବରେ ଭଲ ହୁଏ ତେବେ ଏହା ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେବାର ଲକ୍ଷଣ।
ଯଦି ବର୍ଷରେ ୪ ଥରରୁ ଅଧିକ କାନ ସଂକ୍ରମଣ ହୁଏ, ୨ ଥରରୁ ଅଧିକ ନିମୋନିଆ ହୁଏ ତେବେ ଏହା ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେବାର ଲକ୍ଷଣ।
ଇମ୍ୟନୁଟି ସିଷ୍ଟମକୁ ମଜବୁତ କରିବାର ଉପାୟ-
ସାଧାରଣ ଜୀବନ ଶୈଳୀ, ଖାଦ୍ୟପେୟରେ ସାମାନ୍ୟ ପରିବର୍ତ୍ତନ କରି ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିପାରିବେ। ଏଥିପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍, ପର୍ୟ୍ୟାପ୍ତ ନିଦ, ନିୟମିତ ରୂପରେ ବ୍ୟାୟାମ କରନ୍ତୁ, ହାତ ଧୁଅନ୍ତୁ, ସୁସ୍ଥ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଆନ୍ତୁ, ଧୂମ୍ରପାନରୁ ନିବୃତ୍ତ ରୁହନ୍ତୁ, ଏବଂ ଥକ୍କାପଣକୁ କମ୍ କରିବାକୁ ଚେଷ୍ଟା କରନ୍ତୁ।
Powered by Froala Editor