ଏଣିକି ଘରେ ଲାଗିବ ପ୍ରିପେଡ ସ୍ମାର୍ଟ ବିଜୁଳି ମିଟର
ଭୁବନେଶ୍ୱର: ବିଦୁ୍ୟତ ଦେୟ ବ୍ୟବସ୍ଥାକୁ ଅଧିକ ସୁନିୟନ୍ତ୍ରିତ କରିବାକୁ ଏଣିକି ଘରେ ଘରେ ପି୍ରପେଡ ସ୍ମାର୍ଟ ମିଟର ଲଗାଯିବ । ଜଣେ ଗ୍ରାହକ ଯେତିକି ଅର୍ଥ ଭରଣା ଭରଣା କରିବ, ସେତିକି ବିଦୁ୍ୟତ ବ୍ୟବହାର କରିବ ବୋଲି ନିଷ୍ପତ୍ତି ହୋଇଛି । ମାର୍ଚ୍ଚ ୨୦୨୫ ସୁଦ୍ଧା ସମଗ୍ର ଦେଶରେ ବିଦୁ୍ୟତ ଦେୟକୁ ସୁନିୟନ୍ତ୍ରିତ କରିବାକୁ ସ୍ମାର୍ଟ ମିଟର ପ୍ରଚଳନ ହେଉଥିବା ପରିପ୍ରେକ୍ଷୀରେ ଆମ ରାଜ୍ୟରେ ମଧ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶକ୍ତି ବିଭାଗ ଗୃହ କମିଟି ବୈଠକ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଧ୍ୟସ୍ଥିଙ୍କ ଜରିଆରେ ଟଙ୍କା ଜମା ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ଚାରିଟି ବଣ୍ଟନ ସଂସ୍ଥାକୁ ଏ ସଂକ୍ରାନ୍ତରେ ଆବଶ୍ୟକୀୟ ନିଦେ୍ର୍ଧଶ ଦିଆଯାଇଥିବା ସୂଚନା ଦେଇଥିଲେ । ଏହା ସହିତ ବିଦୁ୍ୟତ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ଗୃହ କମିଟିକୁ ଅବଗତ କରାଇଥିଲେ । ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଯେଉଁ ଅଞ୍ଚଳରେ ଠିକ୍ ଭାବେ ବିଦୁ୍ୟତ ଯୋଗାଣ ହୋଇପାରିନି । ସେଠି କେମିତି ତାହାର ଉପଯୁକ୍ତ ବ୍ୟବସ୍ଥା ହେବ, ସେଥିନେଇ ଆଲୋଚନା ହୋଇଛି । ଏଣିକି ଏସଏଚଜି ଦ୍ୱାରା ବିଲ ଆଦାୟ କରିବ କମ୍ପାନୀ ।
Powered by Froala Editor