ମହୁମାଛି ଆକ୍ରମଣରେ ମହିଳା ମୃତ

ଫିରିଙ୍ଗିଆ: ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବନ୍ଧଗଡ଼ ଗାଁରେ ଏହି ଘଟଣା ଘଟିଛି । ବନ୍ଧଗଡ଼ ଗାଁର ଲବ ଦିଗାଳଙ୍କ ପତ୍ନୀ ରେଣୁକା ଦିଗାଳ ଗାଁ ପାଖରେ ଥିବା ବାଘନଦୀ ନିକଟକୁ ଛେଳି ଚରାଇବାକୁ ଯାଇଥିଲେ । ଏ ସମୟରେ ବାଘନଦୀ କୂଳରେ ଥିବା ଏକ ଗଛରେ ଥିବା ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ ।
ମହୁମାଛି ଆକ୍ରମଣରେ ରେଣୁକା ଚେତାଶୁନ୍ୟ ହୋଇ ପଡ଼ିଥିଲେ । କିଛି ସମୟ ପରେ ସ୍ତାନୀୟ ୱାର୍ଡ ମେମ୍ବର ସୂର୍ୟକାନ୍ତ କହଁର ତାଙ୍କୁ ଉଦ୍ଧାର କରି ସ୍ତାନୀୟ ଲୋକଙ୍କ ସହାୟତାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରିଥିଲେ । ହେଲେ ସେଠାରେ ରେଣୁକାଙ୍କ ମୃତ୍ୟୁ ହୋଇଥିଲା ।
Powered by Froala Editor