ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ଏମିତି ବିନ୍ଦି

ମହିଳାଙ୍କ ସୌନ୍ଦର୍ଯ୍ୟ ବିନ୍ଦି ଲଗାଇବା ଦ୍ୱାରା ଅଧିକ ବଢ଼ିଥାଏ । ବିବାହିତା ମହିଳା, ଅବିବାହିତା ମହିଳା ଏବଂ ଛୋଟପିଲା ସମସ୍ତେ ବିନ୍ଦି ବ୍ୟବହାର କରିଥାନ୍ତି । ବିବାହିତା ମହିଳାମାନେ ସିନ୍ଦୁର ବଦଳରେ ଆଜିକାଲି ବିନ୍ଦି ବ୍ୟବହାର କରୁଛନ୍ତି କାହିଁକି ନା ଏହାର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ମହିଳାଙ୍କ ସୌନ୍ଦର୍ଯ୍ୟରେ ବିନ୍ଦି ବା ଟିକିଲି ପ୍ରମୁଖ ସ୍ଥାନ ଗ୍ରହଣ କରିଥାଏ । ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ବିନ୍ଦି ଦ୍ୱିଗୁଣିତ କରିଦିଏ । ବିନ୍ଦି ସୌନ୍ଦର୍ଯ୍ୟଚର୍ଯ୍ୟାର ଏକ ବଡ଼ ଅଂଶ । ବିନ୍ଦି ଲଗାଇବା ପୂର୍ବରୁ କିଛି କଥାପ୍ରତି ଧ୍ୟାନ ଦିଅନ୍ତୁ ।
ଗୋଲାକାର: ଯେଉଁମାନଙ୍କ ମୁହଁ ଗୋଲାକାର ସେମାନଙ୍କୁ ଗୋଲବିନ୍ଦି ମାନି ନଥାଏ । ଏହି ମହିଳାମାନେ ଗୋଲାକୃତି ବିନ୍ଦିଠୁ ଦୂରେଇ ରୁହନ୍ତୁ । ଗୋଲ ବଦଳରେ ଲମ୍ବାକୃତିର ବିନ୍ଦି ଲଗାଇବା ଉଚିତ ।
ହାର୍ଟସେପ: ଯେଉଁମାନଙ୍କ ମୁହଁ ପାନପତର ପରି ସେମାନଙ୍କ କପାଳ ଅଧିକ ଚଉଡ଼ା ଦିଶିଥାଏ । ଏମାନଙ୍କ ମୁହଁକୁ ବଡ଼ ବିନ୍ଦି ଆଦୌ ଶୋଭା ପାଇନଥାଏ । ଚାରିକୋଣିଆ ଛୋଟ ବିନ୍ଦିରେ ଏମାନେ ଆକର୍ଷଣୀୟ ଲାଗିଥାନ୍ତି ।
ଡାଇମଣ୍ଡ ସେପ: ଯେଉଁ ମହିଳାଙ୍କ ମୁହଁର ଆକାର ଡାଇମଣ୍ଡ ଆକୃତିର ସେମାନଙ୍କ କପାଳ ବହୁତ ଛୋଟ ଦିଶିଥାଏ । ଏମାନଙ୍କୁ ଯେକୌଣସି ଆକାରର ବିନ୍ଦି ଶୋଭା ପାଇଥାଏ ହେଲେ ଅଧିକ ଡିଜାଇନର ବିନ୍ଦି ଆଦୌ ଲଗାନ୍ତୁ ନାହିଁ ।
ଅଣ୍ଡାକୃତି: ଯେଉଁମାନଙ୍କ ମୁହଁ ଅଣ୍ଡାକୃତି ପରି ସେମାନେ ସବୁ ପ୍ରକାର ବିନ୍ଦି ବ୍ୟବହାର କରିପାରିବେ । କିନ୍ତୁ ଲମ୍ବା ବିନ୍ଦି ଲଗାଇବା ଉଚିତ ନୁହେଁ ।
ଚାରିକୋଣିଆ: ଯେଉଁମାନଙ୍କ ମୁହଁର ଆକୃତି ଚାରିକୋଣିଆ, ସେମାନେ ଅର୍ଦ୍ଧଚନ୍ଦ୍ରାକୃତି ଟିକିଲି ଓ ବଡ଼ ବିନ୍ଦି ବ୍ୟବହାର କରିପାରିବ ।
Powered by Froala Editor