ଉପନିର୍ବାଚନ ଫଳାଫଳ ପରେ ଅଶାନ୍ତ ହୋଇପଡ଼ିଛି ପିପିଲି
ପୁରୀ : ପିପିଲି ଉପନିର୍ବାଚନ ଫଳାଫଳ ପରେ ଅଶାନ୍ତ ହୋଇପଡ଼ିଛି ପିପିଲି ନିର୍ବାଚନମଣ୍ଡଳୀ । ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସାଙ୍ଗକୁ ଗଣ୍ଡଗୋଳ, ମାଡ଼ ମରାମରି ପରିସ୍ଥିତି ଉପୁଜିଛି । ଖୋଦ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘରେ ବି କିଛି ବ୍ୟକ୍ତି ଆକ୍ରମଣ କରିଛନ୍ତି । ଘରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଗାଡ଼ିମୋଟର ବି ଭଙ୍ଗାରୁଜା କରିଛନ୍ତି । ଆକ୍ରମଣରେ ୩ରୁ ଅଧିକ ମୋଟର ସାଇକେଲ ଭାଙ୍ଗିରୁଜି ଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବଳଙ୍ଗା ଥାନାରେ ଆଶ୍ରିତଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେପଟେ ବାରିମୁଳ ସହ ଅନ୍ୟାନ୍ୟ ସ୍ଥାନରେ ବି ଅପ୍ରୀତିକର ପରିସ୍ଥିତି ଉପୁଜିଛି । ଅନେକ ସ୍ଥାନରେ ବାଣ ଫୁଟାଇବା ଆଳରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି । ଏହାକୁ ବିଜେପି ଦୃଢ଼ ନିନ୍ଦା କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ନିଜେ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ବି ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Powered by Froala Editor