ପିପିଲିରେ ସେଲିବ୍ରେସନ ମାହୋଲ
ପିପିଲି: ପିପିଲି ଉପନିର୍ବାଚନରେ ବିଜୟର ମୁକୁଟ ପିନ୍ଧିଛି ବିଜେଡି । ଏକବର୍ଷ ହେଲା ଖାଲି ପଡିଥିବା ପିପିଲି ଗାଦିରେ ବାଜିମାତ୍ କରିଛି ବିଜେଡି । ଏଥିପାଇଁ ପିପିଲିରେ ସେଲିବ୍ରେସନର ମାହୋଲ ସୃଷ୍ଟି ହୋଇଛି । ବିଜେଡି ପାର୍ଟି କାର୍ଯ୍ୟାଳୟରୁ ଜାତୀୟ ରାଜପଥ, ସବୁଠି ବିଜୟ ଉସôବ ମନାଇଛନ୍ତି ବିଜେଡି କର୍ମୀ । ବହୁ ସଂଖ୍ୟାରେ ବିଜେଡି କର୍ମୀ ଏକାଠି ହୋଇ ଧୁମଧାମରେ ସେଲିବ୍ରେସନ କରୁଛନ୍ତି ।
ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ହଜାର ୯୨୬ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପାର୍ଥୀ ରୁଦ୍ର ପ୍ରସାଦ ମହାରଥୀ । ଗତ ନିର୍ବାଚନ ତୁଳନାରେ ବାପା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କଠାରୁ ପ୍ରାୟ ୮ ହଜାର ଅଧିକ ଭୋଟ୍ ପାଇଛନ୍ତି ରୁଦ୍ର । ୨୦୧୯ ନିର୍ବାଚନ ତୁଳନାରେ ବିଜେଡି ଓ ବିଜେପି ଦଳ ଭିତରେ ଭୋଟ୍ ବ୍ୟବଧାନ ମଧ୍ୟ ବଢିଛି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୯୬ହଜାର ୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ହଜାର ୦୫୬ ଭୋଟ୍ ପାଇଛନ୍ତି । କିନ୍ତୁ ଜାତୀୟ ଦଳ କଂଗ୍ରେସ ଅମାନତ ହରାଇଛି । ମାତ୍ର ୪ହଜାର ୨୬୨ ଭୋଟ୍ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ମିଳିଛି ।
ଗତ ୩୦ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା । ପିପିଲି ଓ ଡେଲାଙ୍ଗ ବ୍ଲକ୍ର ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୮୦ହଜାର ୯୯୯ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ । ୨୦୧୯ ନିର୍ବାଚନ ତୁଳନାରେ ଉପନିର୍ବାଚନରେ ପ୍ରାୟ ୧୧ ହଜାର ଭୋଟ୍ ଅଧିକ ପାଇଛି ବିଜେଡି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ପ୍ରଦୀପ ମହାରଥୀ ୮୮ହଜାର ୫୧୮ ଭୋଟ୍ ପାଇଥିଲେ । ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବିଜେପିର ଆଶ୍ରିତ ପଟ୍ଟନାୟକ ୭୨ ହଜାର ୭୩୧ ଭୋଟ୍ ପାଇଥିଲେ । ଭୋଟ ବ୍ୟବଧାନ ରହିଥିଲା ପ୍ରାୟ ୧୬ ହଜାର । କିନ୍ତୁ ଉପନିର୍ବାଚନରେ ରୁଦ୍ର ୯୬ହଜାର ୯୭୨ ଭୋଟ୍ ପାଇଛନ୍ତି । ବାପାଙ୍କଠାରୁ ୮ହଜାର ୪୫୪ ଭୋଟ୍ ଅଧିକ ପାଇଥିବାବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କଠାରୁ ୨୦ହଜାର ୯୨୬ ଭୋଟ୍ ଆଗରେ ରହିଛନ୍ତି ।
Powered by Froala Editor