୧୨ ରାଉଣ୍ଡରେ କାହାକୁ ମିଳିଲା କେତେ ଭୋଟ
ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡରେ ବିଜେଡ଼ିର ରୁଦ୍ର ପ୍ରସାଦ ମହାରଥିଙ୍କୁ ୪୦୫୫ ଖଣ୍ଡ ଭୋଟ, ବିଜେପିର ଆଶ୍ରୀତ ପଟ୍ଟନାୟକଙ୍କୁ ୨୬୪୯ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୭୬୬ ଖଣ୍ଡ ଭୋଟ ମିଳିଥିଲା । ଦ୍ୱିତୀୟ ରାଉଣ୍ଡରେ ବିଜେଡ଼ିକୁ ୪୯୭୫ଖଣ୍ଡ, ବିଜେପିକୁ ୩୦୬୪ ଖଣ୍ଡ ଓ କଂଗ୍ରେସକୁ ୨୧୫ଖଣ୍ଡ ଭୋଟ ମିଳିଥିଲା । ତୃତୀୟ ରାଉଣ୍ଡରେ ବିଜେଡିକୁ ୪୫୮୧ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୮୫୪ ଖଣ୍ଡ ଓ କଂଗ୍ରେସକୁ ୧୯୯ଖଣ୍ଡ ଭୋଟ ମିଳିଥିଲା । ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୩୩୫୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୨୬୧ ଖଣ୍ଡ ଓ କଂଗ୍ରେସକୁ ୨୦୨ଖଣ୍ଡ ଭୋଟ ମିଳିଥିଲା । ପଞ୍ଚମ ରାଉଣ୍ଡରେ ବିଜେଡିକୁ ୩୧୫୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୫୧୦ ଖଣ୍ଡ ଓ କଂଗ୍ରେସକୁ ୧୬୩ଖଣ୍ଡ ଭୋଟ ମିଳିଥିଲା । ଷଷ୍ଠ ରାଉଣ୍ଡରେ ବିଜେଡିକୁ ୩୩୩୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୮୦୦ ଖଣ୍ଡ ଓ କଂଗ୍ରେସକୁ ୨୩୯ଖଣ୍ଡ ଭୋଟ ମିଳିଥିଲା । ସପ୍ତମ ରାଉଣ୍ଡରେ ବିଜେଡିକୁ ୪୦୫୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୭୪୯ ଖଣ୍ଡ ଓ କଂଗ୍ରେସକୁ ୨୪୩ଖଣ୍ଡ ଭୋଟ ମିଳିଥିଲା । ଅଷ୍ଟମ ରାଉଣ୍ଡରେ ବିଜେଡିକୁ ୩୯୪୦ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୭୧୪ ଖଣ୍ଡ ଓ କଂଗ୍ରେସକୁ ୯୫ଖଣ୍ଡ ଭୋଟ ମିଳିଥିଲା । ନବମ ରାଉଣ୍ଡରେ ବିଜେଡିକୁ ୩୪୫୬ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୯୩୦ ଖଣ୍ଡ ଓ କଂଗ୍ରେସକୁ ୧୫୯ଖଣ୍ଡ ଭୋଟ ମିଳିଥିଲା । ଦଶମ ରାଉଣ୍ଡରେ ବିଜେଡିକୁ ୩୬୭୬ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୬୦୭ ଖଣ୍ଡ ଓ କଂଗ୍ରେସକୁ ୧୪୩ଖଣ୍ଡ ଭୋଟ ମିଳିଥିଲା । ୧୧ତମ ରାଉଣ୍ଡରେ ବିଜେଡିକୁ ୪୧୮୫ଖଣ୍ଡ(ମୋଟ ୪୨୭୭୪) ଭୋଟ ମିଳିଥିବାବେଳେ ବିଜେପିକୁ ୩୪୪୦ ଖଣ୍ଡ (ମୋଟ ୩୧୫୭୮) ଓ କଂଗ୍ରେସକୁ ୧୭୮ଖଣ୍ଡ (ମୋଟ ୨୬୦୨) ଭୋଟ ମିଳିଥିଲା ।
ତେବେ ୧୨ତମ ରାଉଣ୍ଡରେ ବିଜେଡିକୁ ୪୩୨୦ଖଣ୍ଡ(ମୋଟ ୪୭୦୯୪) ଭୋଟ ମିଳିଥିବାବେଳେ ବିଜେପିକୁ ୨୦୯୭ ଖଣ୍ଡ (ମୋଟ ୩୩୬୭୫) ଓ କଂଗ୍ରେସକୁ ୧୦୩ଖଣ୍ଡ (ମୋଟ ୨୭୦୫) ଭୋଟ ମିଳିଛି ।
ଦୁଇଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ଭୋଟ ଗଣତି ହେଉଛି । ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି । ମୋଟ ଉପରେ ୧ ଲକ୍ଷ ୭୯ ହଜାର ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉକôଣ୍ଠା ଲାଗିରହିଛି ।
Powered by Froala Editor