ପିପିଲି ଭୋଟ : ଇଭିଏମ ଖରାପ, ଗଣତି ବିଳମ୍ବିତ
ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଥିବାବେଳେ ଗୋଟିଏ ଇଭିଏମ ଖରାପ ଥିବା ଜଣାପଡ଼ିଛି । ଅର୍ଥାତ ସେହି ଇଭିଏମରେ କେତେ ଭୋଟ ପଡ଼ିଛି ତାହା ଜଣାପଡ଼ିପାରୁନାହିଁ । ତେଣୁ ପଂଚମ ରାଉଣ୍ଡ ଭୋଟ ଗଣତି ବିଳମ୍ବିତ ହେଉଥିବା ଜାଣିବାକୁ ମିଳିଛି ।
ଅପରପକ୍ଷରେ ଚତୁର୍ଥ ରାଉଣ୍ଡ ଭୋଟ ସୁଦ୍ଧା ବିଜେଡ଼ି ୧୬୯୬୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ୧୧୮୨୮ ଖଣ୍ଡ ଭୋଟ ପାଇଛି । ଅପରପକ୍ଷରେ ପ୍ରଥମ ରାଉଣ୍ଡରେ ୭ ଶହରୁ ଉଦ୍ଧ୍ୱର୍ ଭୋଟ ପାଇଥିବା କଂଗ୍ରେସ ପରବର୍ତୀ ରାଉଣ୍ଡରେ ଆଣ୍ଠେଇ ଯାଇଛି । ଦଳକୁ ଏଯାବତ ମାତ୍ର ୧୩୮୨ ଖଣ୍ଡ ଭୋଟ ମିଳିଛି ।
ତେବେ ଇଭିଏମ କିଭଳି ଖରାପ ହୋଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନାନାମୁନିଙ୍କ ନାନାମତ ଭଳି ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ତେବେ ଇଭିଏମ ତ୍ରୁଟି ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିପାରିନାହିଁ ।
ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି । ମୋଟ ଉପରେ ୧ ଲକ୍ଷ ୭୯ ହଜାର ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉତ୍କଣ୍ଠା ଲାଗିରହିଛି ।
Powered by Froala Editor