ତରଭୁଜ ଖାଉଥିଲେ ସାବଧାନ, ହୋଇପାରେ ସମସ୍ୟା ସୃଷ୍ଟି

ସାଧାରଣତଃ ତରଭୁଜ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଏହାକୁ ଗ୍ରୀଷ୍ମଦିନର ଗିଫ୍ଟ ବୋଲି କୁହାଯାଏ। ଏହା ସ୍ୱାଦିଷ୍ଟ ହେବା ସହ ଏଥିରେ ୯୨ ପ୍ରତିଶତ ଭାଗ ପାଣି ଥାଏ। ଏହା ଆମ ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରେ। ଏହା ବ୍ୟତୀତ ତରଭୁଜରେ ଶରୀରକୁ ଲାଭ ପଞ୍ଚାଇବା ଭଳି ପୋଷକ ତତ୍ତ୍ୱ ମଧ୍ୟ ଭରପୁର ରହିଛି। ତେବେ ଏତେ ସବୁ ଲାଭ ଥାଇ ମଧ୍ୟ ଏହା ଶରୀର ପାଇଁ କିଭଳି ହାନିକାରକ ହୋଇପାରେ ଆସନ୍ତୁ ଜାଣିବା।
– ତରଭୁଜ ପାଣି ଏବଂ ଡାୟଟ୍ରି ଫାଇଭରର ଏକ ଉତ୍ତମ ଉତ୍ସ। ତଥାପି ଏହାକୁ ଅଧିକ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଡାକ୍ତରଙ୍କ କହିବା ମୁତାବକ ଏହାକୁ ଅଧିକ ପରିମାଣରେ ଖଇଲେ ପେଟ ଫୁଲିବା, ଗ୍ୟାସ୍, ଡାଇରିଆ, ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି ହୋଇପାରେ।
– ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ତରଭୁଜରେ ଥିବା ସର୍ବିଟୋଲ ଏକ ଚିନି ଯୁକ୍ତ ପଦାର୍ଥ। ଏହା ହିଁ ପେଟରେ ଗ୍ୟାସ୍ ବା ଡାଇରିଆ କରାଇଥାଏ। ଏହାବ୍ୟତୀତ ତରଭୁଜରେ ଥିବା ଲାଇକୋପିନ୍ ନାମକ ଏକ କଣ୍ଟେଣ୍ଟ ମଧ୍ୟ ଏସବୁ ସମସ୍ୟା ସୃଷ୍ଟି କରିପାରେ। ଏହା ଏକ ପିଗମେଣ୍ଟେଡ୍ ଅକ୍ସିଡାଣ୍ଟ ଯାହା ତରଭୁଜକୁ ଏହାର ଲାଲ ରଙ୍ଗ ଦେଇଥାଏ।
– ବିଶେଷଜ୍ଞମାନେ କୁହନ୍ତି ଯେ ଯଦି ଆପଣଙ୍କର ମଧୁମେହ ଜନିତ ସମସ୍ୟା ଅଛି, ତେବେ ତରଭୁଜ ଶରୀରରେ ସୁଗାର ଲେବୁଲକୁ ବଢ଼ାଇପାରେ। ତେଣୁ ଏହାକୁ ପ୍ରତିଦିନ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
– କ୍ରମାଗତ ଭାବେ ମଦ୍ୟପାନ କରୁଥିବା ବ୍ୟକ୍ତି ଅଧିକ ମାତ୍ରାରେ ତରଭୁଜ ଖାଇବା ବିପଦ ହୋଇପାରେ। ତେଣୁ ସେମାନେ ତରଭୁଜଠାରୁ ଦୂରେଇ ରହିବା ଉଚିତ। ତରଭୁଜରେ ଥିବା ଲାଇକୋପିନ୍ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ ବୋଳି ବିଶେଷଜ୍ଞମାନେ କହିଛନ୍ତି।
-ତରଭୁଜକୁ ପୋଟାସିଅମର ଉତ୍ତମ ସ୍ରୋତ ବୋଲି ମଧ୍ୟ କୁହାଯାଏ। ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟରେ କାମ କରେ। ଏହା ଶରୀରର ଇଲେକ୍ଟ୍ରୋଲାଇଟ ଫଙ୍କସନ ଏବଂ ହୃତପିଣ୍ଡକୁ ସୁସ୍ଥ ରଖିଥାଏ। ଏହା ସହିତ ପୋଟାସିୟମ୍ ମଧ୍ୟ ଆମର ହାଡକୁ ଶକ୍ତିଶାଳୀ କରିଥାଏ। କିନ୍ତୁ ଶରୀରରେ ଏହାର ଅତ୍ୟଧିକ ପରିମାଣ ହୃଦ୍ରୋଗକୁ ବଢ଼ାଇଥାଏ।
Powered by Froala Editor