ପିପିଲି ଭୋଟିଂ ବେଳେ ପୋଲିଂ ଅଫିସର ଅସୁସ୍ଥ
ପିପିଲି : ଚାଲିଛି ପିପିଲି ଉପନିର୍ବାଚନ ଭୋଟିଂ । ଏହି ଭୋଟିଂ ଚାଲିଥିବା ସମୟରେ ଘୋରଡିଆ ମତଦାନ କେନ୍ଦ୍ରରେ ଜଣେ ପୋଲିଂ ଅଫିସର ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି ।
ଭୋଟ୍ ଗ୍ରହଣ ସମୟରେ ଗୋରଡ଼ିଆ ୪୩ନଂ ବୁଥର ଥାର୍ଡ ପୋଲିଂ ଅଫିସର ରାମଚନ୍ଦ୍ର ସାହୁ ବସିଥିବା ଅବସ୍ଥାରେ ଖସିପଡିଲେ । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ବାନ୍ତି ମଧ୍ୟ ହୋଇଥିବା ଜଣାପଡିଛି । ପୋଲିଂ ଅଫିସରଙ୍କ ଅସୁସ୍ଥତା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇନାହିଁ । ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ଅନ୍ୟ ପୋଲିଂ ଅଫିସରମାନେ ଭୋଟ୍ ଗ୍ରହଣ ଜାରି ରଖିଛନ୍ତି ।
ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ସକାଳ ୭ଟାରୁ ବିଭିନ୍ନ ବୁଥ୍ ରେ ଭୋଟର ମତଦାନ କରୁଛନ୍ତି । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର । ୩୪୮ଟି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଚାଲିଛି । ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ସକାଳ ୯ଟା ସୁଦ୍ଧା ୭.୮୦ ପ୍ରତିଶତ ମତଦାନ ହୋଇଛି । ପିପିଲିରେ ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଛି। ଅନ୍ୟ ସମସ୍ତ କେନ୍ଦ୍ରରେ ମତଦାନ ଜାରି ରହିଛି।
Powered by Froala Editor