ହୀରାକୁଦ ଜଳଭଣ୍ଡାର ଫୁଲ

ସମ୍ବଲପୁର: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଫୁଲ୍ । ବର୍ତ୍ତମାନ ଉବୁଟୁବୁ ପରିସ୍ଥିତି ଉପୁଜିଲାଣି । ଯେତିକି ଜଳ ଧାରଣ କ୍ଷମତା ଏବେ ଡ୍ୟାମରେ ସେତିକି ପରିମାଣର ଜଳ ରହିଛି । ହୀରାକୁଦ ଡ୍ୟାମର ବିପଦ ସଙ୍କେତ ୬୩୦ ଫୁଟ୍ । ଏବେ ସମାନ ପରିମାଣର ଜଳସ୍ତର ରହିଛି । ଏହାକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରକୁ ବର୍ତ୍ତମାନ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪୪ ହଜାର ୧୭୮ କ୍ୟୁସେକ୍ ପାଣି । ସେତିକି ପାଣି ବି ନିଷ୍କାସିତ ହେଉଥିବା ସୂଚନା ମିଳିଛି । ସେପ୍ଟେମ୍ବର ପହିଲା ଯାଏଁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଡ୍ୟାମ ଭରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଦୁଇଟି ଲଘୁଚାପ ଯୋଗୁଁ ଉପରମୁଣ୍ଡରେ ପ୍ରବଳ ବର୍ଷିଛି । ବର୍ଷା ହେବା ଫଳରେ ଡ୍ୟାମର ସ୍ଥିତି ବଦଳି ଯାଇଛି । ଫୁଲିଛି ହୀରାକୁଦ ଜଳଭଣ୍ଡାର ।
Powered by Froala Editor