ଦୁଇ ଗାଡ଼ିରେ ଚାଲାଣ ହେଉଥିଲା ୨୨ ଲକ୍ଷର ଗଞ୍ଜେଇ, ମାଡ଼ି ବସିଲା ପୁଲିସ୍
କୋରାପୁଟ: ଚୋରା ଚାଲାଣ ବେଳେ ବିପୁଳ ପରିମାଣ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୁଲିସ୍ । ଏହାର ଆନୁମାନିକ ବଜାର ମୂଲ୍ୟ ୨୨ ଲକ୍ଷ । ଏହି ଘଟଣାରେ ପୁଲିସ୍ ୭ ମୋବାଇଲ୍ ଫୋନ୍ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି । ଏଥିସହିତ ଚୋରା ଚାଲାଣରେ ବ୍ୟବହୃତ ୨ ଗାଡ଼ିକୁ ମଧ୍ୟ ପୁଲିସ୍ ଜବତ କରିଥିବା ସୂଚନା ମିଳିଛି ।
ଆନ୍ଧ୍ର ସୀମାନ୍ତ ପାଡ଼େର ଅଞ୍ଚଳରୁ ମଧ୍ୟପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ମାଛକୁଣ୍ଡ ପୁଲିସ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଏକ ଟିମ୍ ଲମତାପୁଟ ନିକଟସ୍ଥ ସଗର ଛକରେ ଗାଡ଼ି ଅଟକାଇ ଯାଞ୍ଚ କରିବା ବେଳେ ଦୁଇଟି ଟାଟା ଏସିଇ ପହଞ୍ଚି ଥିଲା । ଯାଞ୍ଚ ବେଳେ ଗାଡ଼ିରୁ ଦୁଇ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରାଯାଇଛି । ତେବେ ଏହି ରାକେଟ୍ ପଛରେ କିଛି ମାଫିଆଙ୍କ ହାତ ଥିବା ପୁଲିସ୍ ସନ୍ଦେହ କରୁଛି । ସେମାନଙ୍କୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଛି ।
Powered by Froala Editor