ଗାଡିର ମାଇଲେଜ୍ ବଢାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ.......
ଗାଡି ଚାଳକଙ୍କୁ ଝଟକା ଦେଇଛି ବର୍ଦ୍ଧିତ ତୈଳ ଦର। ତୈଳ ଦର ବୃଦ୍ଧି କାରଣରୁ ଖର୍ଚ୍ଚ ଅଧିକ ବଢି ଯାଇଛି। ଏଭଳି ସ୍ଥିତିରେ ଆପଣ କିଭଳି ଇନ୍ଧନ ରକ୍ଷା କରିପାରିବେ ଏବଂ ନିଜ ବାହନର ମାଇଲେଜ୍ ବଢାଇ ପାରିବେ ତାହା ଚିନ୍ତା କରିବା ଉଚିତ୍। ଏହା ଦ୍ଵାରା ଆପଣଙ୍କର ଖର୍ଚ୍ଚ ଆହୁରି କମିଯିବ, ଇନ୍ଧନ ମଧ୍ୟ କମ୍ ଖର୍ଚ୍ଚ ହେବ। ତେବେ ଗାଡି ମାଇଲେଜ୍ ବୃଦ୍ଧି କରିବା ପାଇଁ ଜାଣନ୍ତୁ କିଛି ଟିପ୍ସ।
ଗାଡିର ସ୍ପିଡ୍ ଉପରେ ଧ୍ୟାନ ଦିଅନ୍ତୁ-
ବାହନର ମାଇଲେଜ୍ ବୃଦ୍ଧି କରିବା ପାଇଁ ଗୋଟିଏ ସ୍ପିଡରେ ଗାଡି ଚଳାନ୍ତୁ। ଗାଡିର ସ୍ପିଡ୍ ଅଚାନକ କମାଇଦେବା କିମ୍ବା ବୃଦ୍ଧି କରିବା କାରଣରୁ ଗାଡି ମାଇଲେଜ୍ କମି ଯାଇଥାଏ। ଗାଡିର ମାଇଲେଜ୍ ସ୍ଥିର ରଖିବା ପାଇଁ ଆପଣଙ୍କୁ ଗୋଟିଏ ସ୍ପିଡରେ ଗାଡି ଚଳାଇବା ଉଚିତ୍।
ଗିଅର ବଦଳାଇବାର ସମୟ-
ମାନୁଆଲ ଟ୍ରାନ୍ସମିଶନ ଗାଡିରେ ପରାମର୍ଶ କରାଯାଇଥିବା ସ୍ପିଡରେ ଗିଅର ବଦଳାଇବା ଉଚିତ୍। ଏବେ ଆସୁଥିବା କାର ଗୁଡିକରେ ଗିଅର ବଦଳାଇବା ପାଇଁ ଡିସପ୍ଲେ କରାଯାଇ ସୁନିଶ୍ଚିତ କରାଯାଉଛି। ସେହିପରି ପୁରୁଣା ଗାଡି ଗୁଡିକୁ ମଧ୍ୟ ଧ୍ୟାନ ସହକାରେ ଚଲାଇବା ଉଚିତ୍। ଯେପରି ଏହାର ଇଞ୍ଜିନ୍ ଅନାବଶ୍ୟକ ଭାବେ ଶବ୍ଦ ନକରିବ।
ଟ୍ରାଫିକ୍ ସିଗନାଲରେ ଇଞ୍ଜିନ୍ ସ୍ଵିଚ୍ ବନ୍ଦ କରିବା ଉଚିତ୍-
ଟ୍ରାଫିକ୍ ସିଗନାଲରେ ରେଡ ଲାଇଟ୍ ହେଲେ ଗାଡି ଇଞ୍ଜିନକୁ ବନ୍ଦ କରିଦେବା ଉଚିତ୍। ଯଦି ଟ୍ରାଫିକ୍ ସିଗନାଲ ୩୦ ସେକେଣ୍ଡରୁ ଅଧିକ ଥାଏ ତେବେ ଇଞ୍ଜିନ୍ ବନ୍ଦ କରିଦେବା ଉଚିତ୍। ଟ୍ରାଫିକ୍ ସିଗନାଲରେ ଇଞ୍ଜିନ୍ ବନ୍ଦ କରିବା ଦ୍ଵାରା ଅଧିକ ଇନ୍ଧନ ବଞ୍ଚିଯିବ ଏପରିକି ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।
ଟାୟାରରେ ପ୍ରେସର ସନ୍ତୁଳନ ରକ୍ଷା କରିବା ଉଚିତ୍-
ଗାଡିରେ ମାନ୍ୟୁଫାକ୍ଚର ଗାଇଡ ହିସାବରେ ପ୍ରେସର ରଖିବା ଉଚିତ୍। ସପ୍ତାହରେ ଗୋଟିଏ ଥର ପ୍ରେସର ଚେକ୍ କରିବା ଉଚିତ୍। ଗାଡିରେ ପ୍ରେସର ଠିକ୍ ପରିମାଣରେ ରହିବା ଦ୍ଵାରା ଅଧିକ ମାଇଲେଜ୍ ଦେଖାଏ। କମ୍ ପ୍ରେସର ରହିଲେ ମାଇଲେଜ୍ କମି ଯାଇଥାଏ।
ଆବଶ୍ୟକ ଥିଲେ ଏସି ଅନ୍ କରନ୍ତୁ-
କାରରେ ଆବଶ୍ୟକ ଥିଲେ ଏସି ଅନ୍ କରନ୍ତୁ। ଏହାଦ୍ଵାରା କାରରେ ଇନ୍ଧନ ବଞ୍ଚିଯିବ।
ଟ୍ରାଫିକ୍ ଆପର ବ୍ୟବହାର କରିବା ଉଚିତ୍-
ଟ୍ରାଫିକ୍ ଆପ ବ୍ୟବହାର କରିବା ଉଚିତ୍। ଏହାଦ୍ଵାରା ଟ୍ରାଫିକ୍ ଥିବା ସଡକ ଗୁଡିକର ସ୍ଥିତି ବିଷୟରେ ଜାଣିପାରିବେ। ଏଥିରେ ଆପଣଙ୍କୁ ସର୍ଟକଟ୍ ଦେଖାଇବ। ଫଳରେ ଆପଣଙ୍କ ଇନ୍ଧନ ବଞ୍ଚିଯିବ।
ଠିକ୍ ସମୟରେ ସର୍ଭିସିଂ କରିବା ଜରୁରୀ-
ଯଦି ଆପଣଙ୍କ ବାହନର ଟିକ୍ ମାଇଲେଜ ରଖିବାକୁ ଚାହୁଁଛନ୍ତି ତେବେ ଏହାର ଇଞ୍ଜିନ୍, କ୍ଲଚ୍, ଗିୟର ଆଦି ପାର୍ଟ ଗୁଡିକ ଠିକ୍ ଭାବରେ କାମ କରୁଥିବା ଉଚିତ୍। ଏଥି ପାଇଁ ଠିକ୍ ସମୟରେ ସର୍ଭିସିଂ କରି ନିଅନ୍ତୁ। ଧ୍ୟାନ ଦେବେ ସର୍ଭିସିଂ ସର୍ବଦା କୌଣସି ବିଶ୍ଵାସଯୋଗ୍ୟ ମେକାନିକ ଠାରୁ କରାଇବେ। ସମୟ ସମୟରେ ଗାଡିର ଇଞ୍ଜିନ୍ ଅଏଲ ପରିବର୍ତ୍ତନ କରିବେ। ପୁରୁଣା ଫିଲ୍ଟର ପରିବର୍ତ୍ତନ କରିବା ଦ୍ଵାରା ଗାଡିର ମାଇଲେଜ୍ ଅଧିକ ଦେଖାଏ।
ଭଲ ଇନ୍ଧନ ଭରନ୍ତୁ-
କୌଣସି ଛୋଟ ଦୋକାନରୁ ତେଲ ପକାନ୍ତୁ ନାହିଁ। ଏହା ସୁଦ୍ଧ ହୋଇ ନଥାଏ। ପ୍ରାୟତଃ ସକାଳେ କିମ୍ଵା ସନ୍ଧ୍ୟା ବେଳେ ତେଲ ପକାନ୍ତୁ। ଏହି ସମୟରେ ତେଲ ଗାଢା ଥାଏ।
Powered by Froala Editor