ବଡ଼ ଖବର: ଟ୍ରିପଲ ମର୍ଡର ଘଟଣା, ମିଳିଲା ସ୍ୱାମୀର ମୃତଦେହ
ବ୍ରଜରାଜନଗର: ବ୍ରଜରାଜନଗର ଟ୍ରିପଲ ମର୍ଡର ଘଟଣାରେ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ଗତକାଲି ସ୍ତ୍ରୀ ଓ ଦୁଇ ଝିଅଙ୍କ ମୃତଦେହ ଘର ଭିତରୁ ମିଳିଥିବାବେଳେ ଆଜି ସ୍ୱାମୀର ମୃତଦେହ ଉଦ୍ଧାର କରାଯାଇଛି । ଆଜି ଘର ପାଖରେ ଥିବା ଏକ କୂଅରୁ ସ୍ୱାମୀର ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ସ୍ତ୍ରୀ ଓ ଦୁଇ ଝିଅଙ୍କ ମୃତଦେହ ଘର ଭିତରୁ ମିଳିବା ପରେ ସ୍ୱାମୀ ନିଖୋଜ ଥିଲେ । ତେଣୁ ସ୍ୱାମୀ ଏହି ହତ୍ୟାକାଣ୍ଡ ଭିଆଇ ଫେରାର ହୋଇଯାଇଥିବା ସନେ୍ଦହ କରାଯାଉଥିଲା । ଶ୍ୱଶୁର ଘର ଲୋକେ ମଧ୍ୟ ଜ୍ୱାଇଁ ଉପରେ ସନେ୍ଦହ ବ୍ୟକ୍ତ କରିଥିଲେ ।
ତେବେ ସନେ୍ଦହଘେରରେ ଥିବା ସ୍ୱାମୀର ମୃତଦେହ ମିଳିବା ପରେ ଏହି ମାମଲାର ସସପେନ୍ସ ବଢିଯାଇଛି । କିଏ ଓ କାହିଁକି ପରିବାରର ୪ ଜଣଙ୍କୁ ହତ୍ୟା କଲା ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ୁନି । ଅନ୍ୟପକ୍ଷରେ ଗତକାଲି ଠାରୁ ପୁଲିସ ଦିଅରକୁ ଅଟକ ରଖି ପଚରାଉଚରା କରୁଛି ।
Powered by Froala Editor