ଭୋଟ ବର୍ଜନ କରିବେ ପିପିଲି ଡେଲାଙ୍ଗ ବାସିନ୍ଦା
ପିପିଲି: ପିପିଲି ଅନ୍ତର୍ଗତ ଡେଲାଙ୍ଗ ଗ୍ରାମର ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଆଗକୁ ହେବାକୁ ଅଛି ପିପିଲି ଉପନିର୍ବାଚନ କିନ୍ତୁ ଡେଲାଙ୍ଗ ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି କହିଛିନ୍ତି । କାରଣ ସେମାନଙ୍କ ଗାଁ’କୁ ଯିବା ଆସିବା ପାଇଁ ତିଆରି ହୋଇଥିବା ପୋଲ ଏବେବି ଅଧାପନ୍ତରିଆ ହୋଇ ପଡିରହିଛ । ଏଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେବି ଏହି ଗ୍ରାମର ଲୋକମାନେ ଡଙ୍ଗା ମାଧ୍ୟମରେ ଯିବାଆସିବା କରୁଛନ୍ତି । ଏଥିପାଇଁ ଲୋକେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଓ କେବଳ ଭୋଟବେଳେ ନେତାମମାନେ ଦର୍ଶନ ଦେଉଛନ୍ତି ଓ ପରେ ଉଭାନ ହୋଇଯାଉଛନ୍ତି ବୋଲି ଲୋକେ କହିଛନ୍ତି । ତେଣୁ ଏହି ଗାଁ’ର ଲୋକମାନେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor