ନିର୍ବାଚନୀ ହିଂସାରେ ଆହତ ବିଜେପି ଉପାଧ୍ୟକ୍ଷଙ୍କ ମୃତ୍ୟୁ

ନିର୍ବାଚନୀ ହିଂସାରେ ଆହତ ହୋଇଥିବା ମଥୁରାପୁର ବିଜେପି ଉପାଧ୍ୟକ୍ଷ ମାନସ ଶାହାଙ୍କ ମୃତ୍ୟୁ ହୋଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ, ମାନସ ସାହାଙ୍କୁ ବୁଧବାର ସକାଳେ ଠାକୁରପୁକୁରର ନର୍ସିଂହୋମକୁ ନିଆଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଠାକୁରପୁର ସ୍ଥିତ ଡାକ୍ତରଖାନାରେ ପହଂଚିଥିବା ବିଜେପି ସାଂସଦ ଅର୍ଜୁନ ସିଂ ତାଙ୍କ ପରିବାର ସଦସ୍ୟ ଓ ବିଜେପି କର୍ମଚାରୀଙ୍କ ସହ କଥା ହୋଇଥିଲେ। ସେ କହିଛନ୍ତି ଯେ, ଯଦି ମୃତ ବଜେପି ନେତାଙ୍କ ପରିବାର ସଦସ୍ୟ ପୁଲିସ ଏଫଆଇଆର ଦାଖଲ କରନ୍ତି ତେବେ ସେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବେ।
ନିର୍ବାଚନୀ ରେଜଲ୍ଟ ଘୋଷଣା ଦିନ ତଥା ମେ’ ୨ ତାରିଖରେ ମାନସ ଶାହା ସମେତ ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ କଥିତ ରୂପେ ତୃଣମୂଳ କଂଗ୍ରସେ ସମର୍ଥକମାନେ ଆକ୍ରମଣ କରିଥିଲେ। ଡାଇମଣ୍ଡ ହାର୍ବର କଲେଜ ମତଗଣନା କେନ୍ଦ୍ରରୁ ଫେରିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହାପର ଠାରୁ ବିଜେପି ନେତା ମାନସ ଗୁରୁତର ଅସୁସ୍ଥ ଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି।
Powered by Froala Editor