ଟିକା ନେବାବେଳେ ଛୁଞ୍ଚି ଭାଙ୍ଗିଗଲା: ଯୁବକଙ୍କ ହାତ, ଗୋଡ଼ ଅଚଳ
ଟିକା ନେବାବେଳେ ଛୁଞ୍ଚି ଭାଙ୍ଗି ଯିବାରୁ ଜଣେ ଯୁବକଙ୍କ ହାତ ଗୋଡ ଅକାମୀ ହୋଇପଡିଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଲଲିତପୁରରେ ।
ସୂଚନା ଅନୁଯାୟୀ, ବନାଉନି ଗାଁର ବାସିନ୍ଦା ୨୨ ବର୍ଷୀୟ ଇନ୍ଦ୍ରେଶ ଅହିରୱାର ଗତ ସେପ୍ଟେମ୍ବର୯ ତାରିଖରେ ଗାଁର ବିଦ୍ୟାଳୟରେ ଆୟୋଜିତ ଏକ କ୍ୟାମ୍ପରେ କୋଭିଡ ଟିକା ନେଉଥିବାବେଳେ ତାଙ୍କ ହାତରେ ଛୁଞ୍ଚି ଭାଙ୍ଗି ରହିଯାଇଥିଲା। ଯାହା ଫଳରେ ଯୁବକଙ୍କର ଅବସ୍ଥା ବିଗିଡି ଯାଇଥିଲା। ଅସହ୍ୟ ଯନ୍ତ୍ରଣା ହେବାରୁ ପ୍ରାୟ ନଅ ଦିନ ପରେ ଜିଲ୍ଲା ଡାକ୍ତରଖାନାର ଅସ୍ତ୍ରୋପଚାର କରି ଡାକ୍ତର ତାଙ୍କ ହାତରୁ ଛୁଞ୍ଚିକୁ ବାହାର କରିଥିଲେ । ଗତ ସେପ୍ଟେମ୍ବର ୧୮ରେ ଅସ୍ତ୍ରୋପଚାର କରି ଛୁଞ୍ଚିକୁ ବାହାର କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ଅପରେସନ୍ ପରେ ରୋଗୀଙ୍କୁ ଆଶ୍ୱସ୍ତୀ ମିଳିଥିଲେ ମଧ୍ୟ ତାଙ୍କର ଡାହାଣ ହାତ ଏବଂ ଗୋଟିଏ ଗୋଡ କାମ କରୁନଥିବା ସୂଚନା ମିଳିଥିଲା । ଦୁର୍ଭାଗ୍ୟବଶତଃ ଇନ୍ଦ୍ରେଶର ଡାହାଣ ହାତ ଏବଂ ଗୋଡ ଅଚଳ ହୋଇପଡିଛି । ଯାହା ପରେ ତାଙ୍କୁ ମେଡିକାଲ କଲେଜ ଝାନ୍ସୀକୁ ରେଫର୍ କରାଯାଇଛି।
Powered by Froala Editor