୧୦ ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
ଭୁବନେଶ୍ୱର: ବର୍ତ୍ତମାନ ଓଡିଶା ପଶ୍ଚିମବଙ୍ଗ ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶାରେ ବର୍ଷା ଲାଗି ରହିଛି । ଆସନ୍ତା ୧୦ ଦିନ ରାଜ୍ୟରେ ପର୍ଯ୍ୟାୟକ୍ରମେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗୋଟିଏ ଘୂର୍ଣ୍ଣିବଳୟତ୍ତବର୍ତ୍ତମାନ ସକ୍ରିୟ ରହିଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଆଉ ଦୁଇଟି ଲଘୁଚାପ କେନ୍ଦ୍ର ୀଭୂତ ହେବାର ସମ୍ଭବନା ରହିଛି । ଏହି ଘୂର୍ଣ୍ଣିବଳୟ ଦକ୍ଷିଣ ଚାଇନା ସାଗରରୁ ପଶ୍ଚିମ ଦିଗକୁ ଗତି କରି ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପ ସାଗର ଆଡକୁ ମୁହାଁଉଛି । ଏହା ମଧ୍ୟରୁ ଗୋଟିଏ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକ ସ୍ଥାନରେ ଆଜି ଠାରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୦ ରୁ ୨୨ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ, ସୋନପୁର, ବୌଦ୍ଧ, ଦେବଗଡ, ସମ୍ବଲପୁର, ବରଗଡ, ବଲାଙ୍ଗିର, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପରିବେଶ ଓ ଜଳବାୟୁ କେନ୍ଦ୍ରର ନିଦେ୍ର୍ଧଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି । ସେହିପରି ୨୪ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୫ରେ ଏହା ଲଘୁଚାପରେ ପରିଣତ ହେବ ଓ ୨୬ରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୬ ଓ ୨୭ ତାରିଖରେ ଉପକୂଳ ଓଡିଶା ଓ ସଂଲଗ୍ନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor