ଏଣିକି ଓଡିଆରେ ପଢାଯିବ ଇଂଜିନିୟରିଂ ପାଠ
ଭୁବନେଶ୍ୱର: ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକସନ (ଏଆଇସିଟିଇ) ପକ୍ଷରୁ, ଆସନ୍ତା ଶିକ୍ଷାବର୍ଷଠାରୁ ଠାରୁ ଓଡିଆରେ ଇଂଜିନିୟରିଂ ପାଠ ପଢାଯିବ ବୋଲି କୁହାଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏଆଇସିଟିଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନିଲ ସହଶ୍ରବୁଦେ୍ଧ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଇଂଜିନିୟରିଂ ପାଠ ଓଡିଆରେ ପଢାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିପାଇଁ ଆଇଓସ୍ଆର ଅର୍ଥାତ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏକ କମିଟି ଗଠନ କରି ପୁସ୍ତକର ଓଡିଆ ଅନୁବାଦ କରିବ ବୋଲି କୁହାଯାଇଛି ।
ଏହା ସରଳ ଭାବେ ଅନୁବାଦ କରାଯିବ, ଯାହା ଫଲରେ ପଛୁଆ ଅଞ୍ଚଳର ପିଲାଙ୍କ ଇଂଜିନିୟର ହେବା ସ୍ୱପ୍ନ ସାକାର ହେବ ବୋଲି କୁହାଯାଇଛି । ଯେପରି ପଲା ମାନଙ୍କ ପାଇଁ ଇଂରାଜୀ ଭାଷା ବାଧକ ନହେବ, ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।
Powered by Froala Editor