ମୁକୁଳା ଡ୍ରେନରେ ଭାସିଗଲେ ଛାତ୍ର
ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀ ଅଞ୍ଚଳରେ ଅଘଟଣ ଘଟିଛି । ବରମୁଣ୍ଡା ପାଲାମଣ୍ଡପ ଘରୁ ଶତାବ୍ବୀ ନଗର ଟ୍ୟୁସନ୍ ଯାଉଥିବା ୧୫ ବର୍ଷୀୟ ଦଶମ ଛାତ୍ର ଜ୍ୟୋତିର୍ମୟ ବେହେରା ନିଖୋଜ ହୋଇଯାଇଛନ୍ତି । ତେବେ ଶତାଦ୍ଦୀନଗରରେ ବର୍ଷା ପାଣି ଜମିଥିବାରୁ ଛାତ୍ର ଜଣକ ସାଇକେଲରେ ସେଠି ଖସି ଯାଇଥିବା ଅନୁମାନ କରାଯାଉଛି। ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି । ଛାତ୍ରଙ୍କୁ ଠାବ କରିବାକୁ ପୋଲିସ ଓ ଅଗ୍ନିଶମବାହିନୀ ପ୍ରୟାସ ଜାରି ରଖିଛନ୍ତି ।
ତେବେ ସ୍ଥାନୀୟ ଲୋକଙ୍କ କହିବାମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ଡ୍ରେନରେ ପଡି ଭାସିଯାଇଥିଲେ । ଜଣେ ଯୁବକଙ୍କ କହିବାନୁସାରେ ଛାତ୍ର ଜଣକ ଡ୍ରେନରେ ପଡି ସାହାଯ୍ୟ ପାଇଁ ହାତ ଦେଖାଉଥିଲେ । ସେହି ସମୟରେ ଯୁବକ ଜଣକ ଡ୍ରେନକୁ ଡିଆଁ ମାରିଥିଲେ । ହେଲେ ସୁଅ ଅଧିକ ଥିବାରୁ ଛାତ୍ର ଜଣକ ଡ୍ରେନରେ ଭାସି ଯାଇଥିଲେ । ତେଣୁ ସେମାନେ ଛାତ୍ରକୁ ବହୁ ଖୋଜାଖୋଜି କରିଥିଲେ ହେଲେ ତାର କୌଣସି ପତ୍ତା ପାଇ ନଥିଲେ ।
ମୁକୁଳା ଡ୍ରେନ୍ ଯୋଗୁ ୨୦୧୯ରେ ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଘଟିଥିଲା ଅଘଟଣ। ମୁକୁଳା ଡ୍ରେନ୍ରେ ଭାସି ଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ବିଏମ୍ସିର ଅବହେଳା କାରଣରୁ ସେତେବେଳେ ଏହି ଅଘଟଣ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ସମସ୍ତ ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ବାଧ୍ୟତାମୂଳକ। କିନ୍ତୁ ରାଜଧାନୀରେ ସୁପ୍ରିମକୋର୍ଟଙ୍କ ଏହି ଗାଇଡ୍ଲାଇନକୁ ବିଏମ୍ସି ଖୋଲାଖୋଲି ଉଲ୍ଲଙ୍ଘନ କରିଚାଲିଛି। ଏହି ଅଘଟଣ ପରେ ଭୁବନେଶ୍ୱର ମହାନଗର ନିଗମର କମିସନରଙ୍କ ବିରୁଦ୍ଧରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବାବୁସିଂ ଙ୍କ ନେତୃତ୍ୱରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି।
Powered by Froala Editor