ନବୀନଙ୍କ ଘୋଷଣା, ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ
ଭୁବନେଶ୍ବର: ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ କରାଯିବ ବୋଲି ଜଣାଯାଇଛି । ଗତକାଲି ସନ୍ଧ୍ୟାରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା ।
୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସ୍ସିବି ମେଡିକାଲ୍ କାଜୁଆଲ୍ଟିକୁ ଅଣାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ଜଣେ ମାନବବାଦୀ କବୀ, ବଳିଷ୍ଠ ସ୍ତମ୍ଭକାର ତଥା ଓଜସ୍ୱିନୀ ସୁବକ୍ତା ଭାବେ ସ୍ୱତନ୍ତ୍ର ପରିଚୟର ଅଧିକାରୀ ହୋଇପାରିଥିବା ଶ୍ରୀମତୀ ମହାପାତ୍ର ଦୀର୍ଘ ଦିନ ଧରି ‘ସମାଜ’ର ସଂପାଦିକା ଭାବେ କାର୍ୟ୍ୟ କରିଥିଲେ ।
Powered by Froala Editor