ହୀରାକୁଦ ଜଳଭଣ୍ଡାରରୁ ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
ସମ୍ବଲପୁର: ଛତିଶଗଡ଼ରେ ବର୍ଷା କମିବା ପରେ ହୀରାକୁଦ ଡ୍ୟାମକୁ ଜଳ ପ୍ରବାହ କମିଛି । ଫଳରେ ହୀରାକୁଦର ଆଉ ୪ଟି ଗେଟକୁ ବନ୍ଦ କରି ଦିଆଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରରୁ ୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ।
ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୩୩ ଫୁଟ୍ ରହିଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୫ ହଜାର ୩୧୮ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଛି । ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ହେଉଛି ୨ ଲକ୍ଷ ୨୫ ହଜାର ୩୧୮ ଘନଫୁଟ୍ ବନ୍ୟାଜଳ ।
Powered by Froala Editor