ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଲେ ଗାଁ ଲୋକେ
ଖଲ୍ଲିକୋଟ : ସଂଘବଦ୍ଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଉ ଏହା ପରେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଗାଁ ଲୋକେ। ଫଳରେ ଗାଁରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର କୋଦଳାରେ।
ଆଜି ସକାଳେ କୋଦଳାର ଖଦଳା ସାହିର କାଳୁ ନାହାକ ଦୋକାନରୁ ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। କୋଦଳା ରେଞ୍ଜରଙ୍କ ବଙ୍ଗଳା ସାମ୍ନାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ହିଁ କାଳୁଙ୍କ ପ୍ରାଣପାୟୁ ଉଡ଼ି ଯାଇଥିଲା। ଏହି ଆକ୍ରମଣରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ଏହି ଘଟଣା ପରେ ସ୍ଥାନୀୟ ଲୋକେ ରାଗି ଯାଇଥିଲେ। ସେମାନେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ୩ଟି ଘରେ ଗାଁ ଲୋକେ ନିଆଁ ଲଗାଇ ଦେଇଥିଲେ। ଗାଁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଖବର ପାଇ କୋଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Powered by Froala Editor