ସ୍ୱପ୍ନରେ ଏଭଳି ଦଖୁଛନ୍ତିକି ମହାଦେବଙ୍କୁ, ହୋଇପାରେ ଶତ୍ରୁ ମାନଙ୍କର ବିନାଶ

ସ୍ୱପ୍ନ ଦେଖିବା ମଣିଷର ସହଜାତ ପ୍ରବୃ ି । କିନ୍ତୁ ଅନେକ ସମୟରେ ମଣିଷ ଐଶ୍ୱରୀୟ ସ୍ୱପ୍ନ ଗୁଡିକ ଦେଖିଥାଏ । ବାସ୍ତୁ ଅନୁସାରେ ଏହି ସ୍ୱପ୍ନ ଗୁଡିକ କିଛି ଭିନ୍ନ ସଙ୍କେତ ଦେଇଥାଏ । ମହାଦେବଙ୍କୁ ସ୍ୱପ୍ନରେ ଦେଖିବା ଭବିଷ୍ୟତ ଉପରେ ଅନେକ ସଙ୍କେତ ପ୍ରଦାନ କରିଥାଏ । ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ମନ୍ଦିର ଦେଖୁଛନ୍ତି, ତେବେ ଏହା ଅତ୍ୟନ୍ତ ଶୁଭଙ୍କର ଅଟେ । ଏହା ସଙ୍କେତ ଦିଏ ଯେ ସମ୍ମୁଖୀନ ହେଉଥିବା ଗଭୀର ସମସ୍ୟା ଓ ରୋଗରୁ ମୁକ୍ତି ମିଳିବ । ଯଦି ସ୍ୱପ୍ନରେ ଭୋଳାନାଥଙ୍କ ନଟବର ରୂପ ଦେଖନ୍ତି, ତେବେ ଭାବନ୍ତୁ ନାହିଁ ଯେ ଭୋଳାନାଥ ଆପଣଙ୍କ ଉପରେ ରାଗିଛନ୍ତି କିମ୍ବା କିଛି ଅସୁବିଧା ଆସିବାକୁ ଯାଉଛି । ବରଂ ଏହାଦ୍ୱାରା ମହାଦେବ ତାଙ୍କ ଭକ୍ତମାନଙ୍କୁ ଏହି ବା ର୍ା ଦିଅନ୍ତି ଯେ ତାଙ୍କର ଶତ୍ରୁ ମାନଙ୍କର ଶୀଘ୍ର ବିନାଶ ଘଟବ । ଯଦି ମାତା ପାର୍ବତୀଙ୍କ ସହ ମହାଦେବଙ୍କୁ ସ୍ୱପ୍ନରେ ଦେଖନ୍ତି । ତେବେ ବୁଝିଯାଆନ୍ତୁ ଯେ ବୈବାହିକ ଜୀବନକୁ ସୁଖ ଶାନ୍ତି ଆସୁଛି । କିନ୍ତୁ ଆପଣ ଏହି ସ୍ୱପ୍ନ ଦେଖି ସାରିବା ପରେ ଭୋଳାନଥ ଓ ମାତା ପାର୍ବତୀଙ୍କୁ ଜଳାଭିଶେକ କରନ୍ତୁ ଓ ମହୁ ଅର୍ପଣ କରନ୍ତୁ । ଯଦି ଆପଣ ସ୍ୱପ୍ନରେ ସାପ କିମ୍ବା ତ୍ରଶୁଳ ଦେଖୁଛନ୍ତି ତେବେ, ବୁଝିଯାଆନ୍ତୁ ଆପଣ ଅନେକ କିଛି ଲାଭ କରିବାକୁ ଯାଉଛନ୍ତି । କାରଣ ସାାପ ସ୍ୱପ୍ନରେ ଦେଖିବା ଦ୍ୱାରା ଘରକୁ ଆର୍ଥିକ ଲାଭର ସଙ୍କେତ ଦେଇଥାଏ । ତ୍ରିଶୁଳ ସମସ୍ତ ଅସୁବିଧା ନଷ୍ଟ ହେବାର ସଙ୍କେତ ଦେଇଥାଏ ଓ ପରିସ୍ଥିତିର ମୁକାବିଲା ପାଇଁ ସାହସ ଦେଇଥାଏ ।
Powered by Froala Editor