୩୧ ଡିସେମ୍ୱରକୁ ଘୁଞ୍ଚିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି
ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟସୀମାକୁ କେନ୍ଦ୍ର ସରକାର ପୁଣିଥରେ ବୃଦ୍ଧି କରିଛନ୍ତି। ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଇଟିଆର ରିଟର୍ଣ୍ଣ ଫାଇଲ୍ କରିନାହାନ୍ତି ସେମାନଙ୍କ ପାଇଁ ସମୟ ସୀମା ୩୧ ଡିସେମ୍ୱର ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି । ଅର୍ଥ ମନ୍ତ୍ରଣାଳୟ ବୟାନ ଜାରି କରି ଏହି ସୂଚନା ଦେଇଛି ।
ମନ୍ତ୍ରଣାଳୟ କହିଛି ଯେ, ସାଧାରଣତଃ ଜୁଲାଇ ମାସ ଶେଷ ସୁଦ୍ଧା ଆୟକର ରିଟର୍ଣ୍ଣସ ଦାଖଲ କରାଯାଇଥାଏ। ଏହାକୁ ପ୍ରଥମେ ବଢ଼ାଇ ସେପ୍ଟେମ୍ୱର ୩୧କୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ପୁଣିଥରେ ଏହି ସୀମା ବୃଦ୍ଧି କରାଯାଇଛି । ଡେଡ୍ଲାଇନ୍କୁ ଡିସେମ୍ୱର ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଅର୍ଥାତ ଆପଣ ଡିସେମ୍ୱର ୩୧ ମଧ୍ୟରେ ଆପଣଙ୍କ ଆୟକର ଦାଖଲ କରିପାରିବେ ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “କରଦାତା ଓ ବିଭିନ୍ନ ଅଂଶୀଦାରଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟ ସୀମାକୁ ସିବିଡିସି ଡିସେମ୍ବର ୩୧ ଯାଏ ବୃଦ୍ଧି କରିଛି। ଏହି ସମୟସୀମା ମଧ୍ୟରେ ଟିକସ ଦାତା ଓ କମ୍ପାନୀମାନେ ସେମାନଙ୍କର ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ।”
Powered by Froala Editor