ଶ୍ରୀଗଣେଶ ଚତୁର୍ଥୀରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଆଜି ଅଗ୍ରପୂଜ୍ୟ ଶ୍ରୀଗଣେଶ ଚତୁର୍ଥୀ । ଘରେ ଘରେ ପୁରପଲ୍ଲୀରେ ବିରାଜିବେ ବିଘ୍ନରାଜ । ପବିତ୍ର ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।
ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଗଣେଶ ଚତୁର୍ଥୀ ଅବସରରେ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ଭଗବାନ ଗଣେଶଙ୍କ ଜନ୍ମଦିନକୁ ପ୍ରତିବର୍ଷ ଗଣେଶ ଚତୁର୍ଥୀ ଭାବରେ ପାଳନ କରାଯାଏ । ଯିଏ ଜ୍ଞାନ, ସମୃଦ୍ଧତା, ଭାଗ୍ୟର ପ୍ରତୀକ ଅଟନ୍ତି । ଏହି ଦିନକୁ ପ୍ରତିବର୍ଷ ଆନନ୍ଦ ଉତ୍ସାହ ସହିତ ପାଳନ କରାଯାଏ ଜ୍ଝସେ ଆହୁରି କହିଛନ୍ତି କୋରୋନା ମହାମାରୀ ବିରୋଧରେ ଆମ ଲଢେଇ ସଫଳ ହେଉ ଏବଂ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଆସୁ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କୋଭିଡ ନିୟମ ପାଳନ କରି ପୂଜା ମନାଇବାକୁ କହିଛନ୍ତି ରାଷ୍ଟ୍ରପତି ।
ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ବାର୍ତ୍ତାରେ ଉପରାଷ୍ଟ୍ରପତି କହିଛନ୍ତି ପ୍ରଭୁ ଶ୍ରୀଗଣେଶ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ । ସେହିପରି ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପବିତ୍ର ଦନିରେ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ସହିତ ସମସ୍ତ ନିରୋଗୀ ରୁହନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅନ୍ୟପଟେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ଗଣେଷ ପୂଜାରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଘ୍ନହର୍ତ୍ତା ଶ୍ରୀଗଣେଶ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଶାନ୍ତି ଭରି ଦିଅନ୍ତୁ ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Powered by Froala Editor