ସଡକ ଦୁର୍ଘଟଣା, ୬ ମୃତ
ଭୋପାଲ: ମଧ୍ୟପ୍ରଦେଶ ଛିନ୍ଦୱାଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏ ସମସ୍ତ ୮ ଜଣ ଗୋଟିଏ କାରରେ ନାଗପୁରରୁ ଉମରେଥ ଅଭିମୁଖେ ଯାଉଥିଲେ ।
ଏହି ସମୟରେ ପଛରୁ କାରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଡାକ୍ତରଖାନାରେ ଜଣଙ୍କର ପ୍ରାଣହାନୀ ଘଟି ଥିବାବେଳେ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେୁଛନ୍ତି ।ଏହି ପରିବାର ନାଗପୁରରୁ ଉମେରେଥକୁ ଏକ କାରରେ ଯାଉଥିଲେ, ଯେଉଁଥିରେ ୫ ଜଣ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ମିଶାଇ ୮ ଜଣ ବସିଥିଲେ । ଗୁରୁବାର ସନ୍ଧ୍ୟା ୭ ଟା ୪୫ ରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିର ପଛ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଖାଲରେ ଓଲଟି ପଡିଥିଲା ।
Powered by Froala Editor