ଦେଶରେ ୩୪ ହଜାର ୯୭୩ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନାର ବିରୋଧରେ ଲଢିବା ପାଇଁ ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୪ ହଜାର ୯୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୬୦ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୭୪,୯୫୪ ରହିଛି କରୋନା ଜନିତ ମୃତୁ୍ୟ ସଂଖ୍ୟା ୪,୪୨,୦୦୯କୁ ବୃଦ୍ଧି ପାଇଛି । ଏହା ସହିତ ବର୍ତ୍ତମାନ ଆକ୍ଟିଭ କେସ୍ ୩,୯୦,୬୪୬ ରହିଥିବା ବେଳେ ଦେଶରେ କରୋନାରୁ ସୁସ୍ଥ ହେଲେଣି ୩,୨୩,୪୨,୨୯୯ ଜଣ । ଏହା ସହିତ ଗତ ୨୪ ଘଣ୍ଟାରେ କେବଳ କେରଳରୁ ୨୬,୨୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୧୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
Powered by Froala Editor