୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଅନ୍ତିମ ଦିନ ପ୍ରଶ୍ନକାଳରେ ମଧ୍ୟ ହୋହାଲ୍ଲା ହୋଇଛି । ଗତକାଲି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟବରଣ କରିଥିବା ଦୁଷ୍ମନ୍ତ ଦାସ ଓ ଖଣି ପ୍ରସଙ୍ଗ ଉଠାଇ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି ।
କଂଗ୍ରେସ ସଦସ୍ୟମାନେ ମଧ୍ୟ ଖଣି ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଛନ୍ତି । ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟକୁ ୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଛି ।
ଅନ୍ୟପକ୍ଷରେ ସାର ଓ ଫସଲ ବୀମା ପ୍ରସଙ୍ଗ ଉଠାଇଛନ୍ତି ଶାସକ ବିଜେଡି ସଦସ୍ୟ । ଏନେଇ ସେମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।
Powered by Froala Editor