ଆଜି ରାଜ୍ୟରେ ୭୭୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୮ ଜଣ ଓ ସ୍ଥାନୀୟ ସଂକ୍ରମଣ ୩୨୩ ରହିଛି । ସୂଚନା ଓ ଳୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୪୧, ବରଗଡରୁ ୩, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, କଟକରୁ ୭୧, ଦେବଗଡରୁ ୫, ଢେଙ୍କାନାଳରୁ ୧୨, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୬, ଯାଜପୁରରୁ ୩୪, ଝାରସୁଗୁଡାରୁ ୯, କେନ୍ଦ୍ରାପଡାରୁ ୧୪, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୩୨୭, କୋରାପୁଟରୁ ୧୧, ମାଲକାନାଗିରିରୁ ୩, ମୟୂରଭଞ୍ଜରୁ ୧୯, ନବରଙ୍ଗପୁରରୁ ୩, ନୟାଗଡରୁ ୧୧, ନୂଆପଡାରୁ ୧, ପୁରୀରୁ ୨୧, ରାୟଗଡାରୁ ୧୧, ସମ୍ବଲପୁରରୁ ୧୭, ସୁନ୍ଦରଗଡରୁ ୧୩ ଓ ରାଜ୍ୟପୁଲରୁ ୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୧୧୭ ଜଣ ପିଲା ରହିଛନ୍ତି ବୋଲି ସୂଚନା ମିଳିଛି ।
Powered by Froala Editor