କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡିକାଲ କଲେଜ, କିଏ କହିଲେ ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ବର୍ଷ ଠାରୁ ସୁନ୍ଦରଗଡ଼ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ସୋମବାର ବିଧାସଭାରେ ଏନେଇ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।
ସେ କହିଛନ୍ତି ଯେ, ୨୦୨୨-୨୩ରୁ ନାମ ଲେଖା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ୧୦୦ ଏମବିବିଏସ ସିଟ ଓ ୫୦୦ ଶଯ୍ୟାର ହସ୍ପିଟାଲ ପାଇଁ ପ୍ରସ୍ତୁତି କରାଯାଉଛି । ୨୭୧ ଜଣ ଷ୍ଟାଫଙ୍କୁ ନିଯୁକ୍ତି ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି ।
ଏନଟିପିସି ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ମେଡିକାଲ କଲେଜ କରାଯାଇଛି । ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ସରକାର ମେଡିକାଲ ସିଟ ପାଇଁ ଆବେଦନ କରିବେ ବୋଲି ସୋମବାର ବିଧାସଭାରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।
ଏହାବାଦ ସୁନ୍ଦରଗଡରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ମନ୍ତ୍ରୀ କହିଛନ୍ତି ୫ ବର୍ଷ ହେଲା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି । ରାଜ୍ୟରେ ଦ୍ଵିତୀୟ ଏମ୍ସ ସ୍ଥାପନ ପାଇଁ ରାଜ୍ୟ ସରକାର ୨୦୦ ଏକର ଜମି ସମେତ ଡିଏମଏଫ ଫଣ୍ଡରୁ ଟଙ୍କା ଓ ସମସ୍ତ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଗୃହରେ କହିଛନ୍ତି ମନ୍ତ୍ରୀ ନବ ଦାସ ।
Powered by Froala Editor