ରାଜ୍ୟରେ ଗତ ୧୦ ବର୍ଷରେ ମୁଣ୍ଡ ପିଛା ଋଣ ଭାର ବଢିଛି : ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଗତ ୧୦ ବର୍ଷରେ ମୁଣ୍ଡ ପିଛା ଋଣ ଭାର ବଢିଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ଶେଷ ସୁଦ୍ଧା ଋଣ ପରିମାଣ ୧୨୨୯୧୭.୨୫ କୋଟି ଆକଳନ କରାଯାଇଛି । ୨୦୧୧-୧୨ରେ ମୁଣ୍ଡ ପିଛା ଋଣ ପରିମାଣ ୯୧୪୪.୪୦ ଟଙ୍କା ଥିଲା । ୨୦୨୧-୨୨ରେ ମୁଣ୍ଡ ପିଛା ଋଣ ପରିମାଣ ୨୩୭୬୧.୮୩ ଟଙ୍କା ଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ସେହିପରି କୋଭିଡ ମୁକାବିଲାରେ ହୋଇଥିବା ଖର୍ଚ୍ଚର ହିସାବ ମଧ୍ୟ ଅର୍ଥମନ୍ତ୍ରୀ ଦେଇଛନ୍ତି । କେତେ ଖର୍ଚ୍ଚ ହୋଇଛି ଓ କେନ୍ଦ୍ର କେତେ ଅର୍ଥ ଦେଇଛି ସେ ସମ୍ପର୍କରେ ସେ ଗୃହରେ ଉତ୍ତର ରଖିଛନ୍ତି । ୨୦୨୦-୨୧ରେ କୋଭିଡ ମୁକାବିଲାରେ ୧୪୬ କୋଟି ୪୪ଲକ୍ଷ ଟଙ୍କା କେନ୍ଦ୍ର ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା କେନ୍ଦ୍ର ୨୫୮କୋଟି ୫୯ ଲକ୍ଷ ଟଙ୍କା ଦେଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି ।
Powered by Froala Editor