ରାଜ୍ୟରେ ଦିନକରେ ୧୨୨ ଶିଶୁ କୋରୋନା ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ ଖସୁଛି ସଂକ୍ରମଣର ପାରା । କିନ୍ତୁ ଏପଟେ ମୁଣ୍ଡବ୍ୟଥାର କାରଣ ପାଲଟିଛି ଶିଶୁ ସଂକ୍ରମଣ । ଦୈନିକ ୧୦୦ରୁ ଊର୍ଦ୍ଧ୍ବ ଶିଶୁ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୪ ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ ୨୫୫ ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୨୨ ଜଣ ପଜିଟିଭ ରହିଛନ୍ତି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୮ ଜଣ ଥିବାବେଳେ ଅନୁଗୋଳରୁ ୧୨, ବାଲେଶ୍ବରରୁ ୩୧, ବରଗଡ଼ରୁ୯, ଭଦ୍ରକରୁ ୧୮, ବଲାଙ୍ଗୀରୁ ୪, କଟକରୁ୧୧୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୮, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୧, ଝାରସୁଗୁଡାରୁ ୫, କେନ୍ଦ୍ରାପଡାରୁ ୧୩ , କେନ୍ଦୁଝରରୁ ୮, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫, ପୁରୀ ୨୦, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୬,ସୋନପୁରରୁ ୨, ସୁନ୍ଦରଗଡ଼ରୁ ୯ ଏବଂ ଷ୍ଟେଟ ପୁଲ୍ରୁ ୪୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୬୭ରେ ପହଞ୍ଚିଛି । ଏବେ ସୁଧା ୯ ଲକ୍ଷ ୯୭ ହଜାର ୬୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୬ ହଜାର ୯୯୬ ସକ୍ରିୟ ମାମଲା ରହିଛି ।
Powered by Froala Editor