ଚେକ୍ପୋଷ୍ଟରେ ଆତ୍ମଘାତୀ ବିସ୍ଫୋରଣ, ୩ ପାରାମିଲିଟାରୀ ଗାର୍ଡଙ୍କ ମୃତ୍ୟୁ
ପାକାସ୍ତାନର କ୍କେଟା ମୁସ୍ତାଙ୍ଗ ରୋଡ ସ୍ଥିତ ଚେକ୍ପୋଷ୍ଟ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୨୦ ଲୋକ ଆହତ ହୋଇଛନ୍ତି। ଚେକ୍ପୋଷ୍ଟକୁ ଟାର୍ଗେଟ କରି ଏହି ଆତ୍ମଘାତୀ ଆକ୍ରମଣ କରାଯାଇଛି। ଏନେଇ ବେଲୁଚିସ୍ତାନର କାଉଣ୍ଟର ଆତଙ୍କବାଦ ବିଭାଗ(ସିଟିଡି) ସ୍ପଷ୍ଟ କରିଛି। ସିଟିଡି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍କେଟା ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା କୁଏଟ୍ଟା-ମାସ୍ତୁଙ୍ଗ ରୋଡର ପାରାମିଲିଟାରୀ ଫ୍ରଣ୍ଟିଅର୍ କର୍ପସ ଦ୍ୱାରା ପରିଚାଳିତ ଏକ ଚେକପଏଣ୍ଟରେ ଏହି ବିସ୍ଫୋରଣ ଘଟିଛି। ପୁଲିସ କହିଛି ଯେ, ଆତ୍ମଘାତୀ ବିସ୍ଫୋରଣକାରୀ ତାଙ୍କ ମୋଟରସାଇକେଲକୁ ଚେକପୋଷ୍ଟରେ ଥିବା ଆଇନ ପ୍ରଣୟନକାରୀ ସଂସ୍ଥାର ଗାଡି ଉପରେ ଚଢ଼ାଇ ଦେଇଥିଲେ। ଏହି ଆକ୍ରମଣରେ ତିନିଜଣ ପାରାମିଲିଟାରୀ ଗାର୍ଡଙ୍କ ମୃତ୍ୟୁ ଘଟିଛି। ସେପଟେ ପାକିସ୍ତାନ ତେହେରିକ-ଏ-ତାଲିବାନ ଏହି ଆକ୍ରମଣର ପଛରେ ନିଜକୁ ଦାୟୀ କରିଛି। ପାକିସ୍ତାନ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ଅକ୍ରମଣ କରାଯାଇଥିବା କୁହାଯାଉଛି।
Powered by Froala Editor