ବଦଳିବ ନାଁ : ‘ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ’ ହେବ ‘ଓରଙ୍ଗ ନ୍ୟାସନାଲ ପାର୍କ’
ବଦଳିବ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାମ । ବୁଧବାର ଆସାମ କ୍ୟାବିନେଟ୍ରେ ଉଦ୍ୟାନର ନାମ ପରିବର୍ତ୍ତନ କରାଯାଇ ଓରଙ୍ଗ ନ୍ୟାସନାଲ ପାର୍କ ନାମରେ ନାମିକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ, ୭୯.୨୮ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରସାରିତ ହୋଇ ରହିଥିବା ଏହି ଉଦ୍ୟାନକୁ ୧୯୮୫ରେ ବନ୍ୟଜନ୍ତୁ ଅଭୟାରଣ୍ୟ ଓ ୧୯୯୯ରେ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଥିଲା ।
ମାତ୍ର କିଛି ଦିନ ପୂର୍ବରୁ ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ଶର୍ମା ଆଦିବାସୀ ଓ ଟ୍ରି ଟ୍ରାଇବ ସମ୍ପ୍ରଦାୟର ଲୋକମାନେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି ବୋଲି ସରକାରୀ ମୁଖପାତ୍ର ତଥା ଜଳସମ୍ପଦ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆଦିବାସୀ ଓ ଚା ଜନଜାତି ସମ୍ପ୍ରଦାୟଙ୍କ ଦାବିକୁ ଗ୍ରହଣ କରି ଆସାମ କ୍ୟାବିନେଟ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନକୁ ଓରଙ୍ଗ ଉଦ୍ୟାନ ଭାବେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହି ପ୍ରସ୍ତାବ ଉପରେ ମୋହର ଲଗାଇ କ୍ୟାବିନେଟ ଉଦ୍ୟାନର ନାଁ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
Powered by Froala Editor