ସ୍ୱାମୀ ଗୁପଚୁପ୍ ଆଣିଲେ ବୋଲି ଆତ୍ମହତ୍ୟା କଲା ସ୍ତ୍ରୀ
ଗୁପ୍ଚୁପ୍କୁ ନେଇ ଝଗଡା ଏତେ ବଢିଗଲା ଯେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମହିଳାଙ୍କ ନାମ ପ୍ରତୀକ୍ଷା ସରବଡେ । ଏ ଘଟଣା ଘଟିଛି ମହାରାଷ୍ଟ୍ର ପୁଣେ ଜିଲ୍ଲାରେ । ପୋଲିସ ସୂଚନା ଅନୁଯାୟୀ, ପ୍ରତୀକ୍ଷା ୨୦୧୯ରେ ଗହିନିନାଥ ସରବଡେଙ୍କ ସହ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଘର କଥାକୁ ନେଇ ସର୍ବଦା ଝଗଡା ହେଉଥିଲା । ଗତ ଶୁକ୍ରବାର ସ୍ୱାମୀ କିଛି ନଜଣାଇ ଗୁପଚୁପ୍ ଘରକୁ ନେଇ ଆସିଥିଲେ । ହେଲେ ମହିଳା ଘରେ ରୋଷେଇ କରି ସାରିଥିଲେ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏହାର ପରବର୍ତ୍ତୀ ଦିନ ମହିଳା ବିଷ ପିଇ ଦେଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମହିଳାଙ୍କ ମୃତ୍ୟୁ ଘଟିଥିଲା ।
ଉଭୟଙ୍କ ୧୮ ମାସର ଶିଶୁ ରହିଛି । ସ୍ୱାମୀ-ସ୍ତ୍ରୀ ପଠାର ସ୍ଥିତ ଘରେ ରହୁଥିଲେ । ମହିଳାଙ୍କ ବାପା ନିଜ ଜ୍ୱାଇଁ ବିରୋଧରେ ଆତ୍ମହତ୍ୟା ପାଇଁ ଝିଅକୁ ଉସୁକାଇବା ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ସୋମବାର ଗହିନିନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
Powered by Froala Editor