କୋଟିପତି ମହିଳା ସରପଞ୍ଚ : ଗଣି ଗଣି ସରୁନି, ବଢିଚାଲିଛି ସମ୍ପତ୍ତି ତାଲିକା

ମଧ୍ୟପ୍ରଦେଶ ରିଭା ଜିଲ୍ଲାର ମହିଳା ସରପଞ୍ଚ ସୁଧା ସିଂହଙ୍କ ଘରେ ଲୋକାୟୁକ୍ତ ଚଢଉ କରିଛି । ଚଢଉରେ ସରପଞ୍ଚଙ୍କ ନାମରେ ୨ଟି ବହୁମୂଲ୍ୟ ବଙ୍ଗଳା, ୩୦ଟି ଦାମୀ ଗାଡ଼ି, ୨୦ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଆଭୂଷଣ ସମେତ ଆହୁରି ବିପୁଳ ସମ୍ପତ୍ତି ଠାବ କରାଯାଇଛି। ରିଭା ସ୍ୱତନ୍ତ୍ର ପୋଲିସ ପ୍ରତିଷ୍ଠାନର ଅଧିକ୍ଷକ ଲୋକାୟୁକ୍ତଙ୍କ ନେତୃତ୍ୱରେ ଏହି ଚଢଉ କରିଥିବା ବେଳେ ଏପର୍ଯ୍ୟନ୍ତ ୧୧ କୋଟି ଟଙ୍କାର ବେହିସାବ ସମ୍ପତ୍ତି ଠାବ କରିପାରିଥିବା ଜଣାପଡିଛି। ସରପଞ୍ଚଙ୍କ ଘରୁ ମିଳିଥିବା ବେହିସାବ ସମ୍ପତ୍ତିରେ ୨ କୋଟି ଟଙ୍କା ମୂଲ୍ୟର ଏକ ସ୍ୱିମିଂ ପୁଲ, ଏକ ମହଲ ଭଳି ବଙ୍ଗଳା, ଦେଢକୋଟି ଟଙ୍କାର ଆଉ ଏକ ଘର, ନଗଦ ୩ଲକ୍ଷ ୫୦ ହଜାର ଟଙ୍କା, ୧୨.୫୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ପଲିସି ଆଦି ମିଳିଛି। ଏହା ଛଡା ତାଙ୍କ ଘରୁ ବିପୁଳ ସ୍ୱର୍ଣ୍ଣ ଆଭୂଷଣ ସାଙ୍ଗକୁ ଅନେକ ଦାମୀ ଗାଡ଼ି ୩୬ଟି ପ୍ଲଟର କାଗଜପତ୍ର, ୨ଟି ଷ୍ଟୋନ କ୍ରସର, ଗୋଟିଏ ମିକ୍ସର ମେସିନ ଓ ୭ କୋଟି ଟଙ୍କାର ଅନ୍ୟ ମେସିନାରୀ ଏପର୍ଯ୍ୟନ୍ତ ଜବତ ହୋଇଛି। ଏବେବି ଚଢଉ ଜାରି ରହିଛି। ସମ୍ପତ୍ତିର ପରିମାଣ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।
Powered by Froala Editor