କର୍ମଚାରୀଙ୍କ ବେକରେ ଛୁରୀ ଲଗାଇ ବ୍ୟାଙ୍କ ଡକାୟତି, ଯୁବକ ଗିରଫ
ବାଲିଅନ୍ତା ଥାନା ଅନ୍ତର୍ଗତ ପାହାଳ ଫାଣ୍ଡି ଅଧିନ ଅଟଳା ପଞ୍ଚମୁଖୀ ଆପାର୍ଟମେଣ୍ଟ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କରେ ଜଣେ ଯୁବକ ଡକାୟତି ଉଦ୍ୟମ କରିଛି । ହେଲେ ପୁଲିସ ଠିକ୍ ସମୟରେ ପହଞ୍ଚି ଡକାୟତି ଉଦ୍ୟମ ପଣ୍ଡ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ବାଲିଅନ୍ତା ଥାନା ଅଞ୍ଚଳ ପାଟଣା ଗ୍ରାମର ଉମାଶଙ୍କର ପରିଡା।
ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନରେ ଉମାଶଙ୍କର ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଛୁରୀ ଓ ବନ୍ଧୁକ ଲଗାଇ ନଗଦ ଟଙ୍କା ଓ ସୁନା ଅଳଙ୍କାର ଡକାୟତି କରିଥିଲା । ଡକାୟତି କରିବା ସମୟରେ ବ୍ୟାଙ୍କର କେସିଆର ବିଶ୍ଵରଞ୍ଜନ ଭୋଇ ଓ ପିଅନ ହୃଦୟ ବେହେରା, ଜଗୁଆଳୀ ଦୁଇ ଜଣଙ୍କ ବେକରେ ଛୁରୀରେ ଆହତ କରି ସେମାନଙ୍କୁ ଗୋଟିଏ ରୁମରେ ତାଲା ପକାଇ ଦେଇଥିଲା । ତେବେ ଆପାର୍ଟମେଣ୍ଟ ରହୁଥିବା ଲୋକମାନେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ । ଜୋନ୪ ଅତିରିକ୍ତ ପୁଲିସ ଡକାୟତି କରିଥିବା ଯୁବକକୁ ଧରିବାରେ ସଫଳ ହେବା ସହିତ ଲୁଟ ଟଙ୍କା ଓ ସୁନାକୁ ଜବତ କରିଥିଲେ । ଆହତ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଥମେ ପୁଲିସ ଡାକ୍ତରଖାନା ପଠାଇଥିଲା । ପରେ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲା ।
Powered by Froala Editor