ବୁଧବାର ଠାରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ, କରୋନା ପାଇଁ ହୋଇଛି ଏମିତି ବ୍ୟବସ୍ଥା
ଭୁବନେଶ୍ୱର: ବୁଧବାର ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତ ଅଧିବେଶରେ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି । ତା’ଛଡା ୧୦୦ ଅଫିସ୍ର ମଧ୍ୟ ମୁତୟନ ହୋଇଛନ୍ତି । କରୋନା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ତେବେ ସୁରକ୍ଷା ବ୍ୟବସ୍ଥା କେମିତି ରହିଛି ତାହା ଦେଖିବାକୁ ମଙ୍ଗଳବାର ଡିଜିପି ଅଭୟ ବିଧାନସଭା ବାହାରେ ଓ ଭିତରେ ଯାଞ୍ଚ କରିବେ ବୋଲି ଜଣାପଡିଛି ।
୨ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୦ଜଣ ଆଇଆଇସି ଓ ୬୧ ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଏହା ଛଡ଼ା ସାଦା ପୋଷାକଧାରୀ ପୁଲିସ, ରୁଫଟପ୍ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ । ବିଧାନସଭା ଭିତର ଓ ବାହାରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରଯାଇଛି । କରୋନା ପାଇଁ ପିଏମ୍ଜିରେ ଅଧିକ ଭିଡ ପାଇଁ କଟକଣା ରହିଛି । ଯଦି କେହି ନିୟମ ନ’ମାନି ଧାରଣ ସ୍ଥଳରେ ଆନ୍ଦୋଳନ କରିବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କହିଛି । କରୋନା ପାଇଁ ବିଭିନ୍ନ ଆଡେ ପୁଲିସ୍ ମୁତୟନ ହୋଇଛନ୍ତି । ଏ ସବୁକୁ ଲକ୍ଷ୍ୟ କରି ଚଳିତ ବିଧାନସଭା ସୁରକ୍ଷାରେ କମ୍ ସଂଖ୍ୟକ ପୁଲିସ୍ ମୁତୟନ କରାଯାଇଛି । କିଛି ନୂଆ ସିସିଟିଭି କ୍ୟାମେରା ପିଏମ୍ଜିରେ ଲାଗିଛି । ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ୪ ଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ କରାଯାଇଛି ।
Powered by Froala Editor