Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

  • UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ...

  • ଭାରତ ମହାସାଗରରେ ଆମେରିକା ନୌସେନା ...

  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ...

  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ...

  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ...

  • ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ...

  • ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି

  • ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ...

ରାଜ୍ୟ
Home ›› ରାଜ୍ୟ ››ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ ଲୋକାର୍ପିତ

ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ ଲୋକାର୍ପିତ

2021-08-31 00:37:18
15170
Share:
Facebook
Twitter
E-Mail
WhatsApp
Telegram
ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ  ସରକାରୀ ସ୍କୁଲ ଲୋକାର୍ପିତ

5T କାର୍ଯ୍ୟକ୍ରମ ର ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ପଞ୍ଚମ ଓ ଶେଷ ପର୍ଯ୍ୟାୟରେ  ସେ ଆଉ ୧୦ଟି ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି ।


ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳି ଓ ଶେରଗଡରେ ୫ ଦିନ ଧରି ଚାଲିଥିବା  ଏହି କାର୍ଯ୍ୟକ୍ରମରେ ସେ ବିଭିନ୍ନ ସ୍କୁଲର  ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଛନ୍ତି। ସେମାନଙ୍କ ମନୋଭାବକୁ ଲକ୍ଷ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ମଧ୍ୟରେ ଏ ରୂପାନ୍ତର କାର୍ଯ୍ୟକ୍ରମ ଦୃଢ ଆତ୍ମବିଶ୍ବାସ ସୃଷ୍ଟି କରିଛି ବୋଲି ସେ ଅନୁଭବ କରିଛନ୍ତି । ଏହି ନୂଆ ପରିବେଶ ପିଲାମାନଙ୍କ ମନରେ ମଧ୍ୟ ଏକ ରୂପାନ୍ତର ଆଣିପାରିଛି ବୋଲି ସେ କହିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ ।


ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ତୁମ ମାନଙ୍କ ଉପରୋ ମୋର ପୁରା ଭରସା ଅଛି । ତୁମେ ମାନେ ଦିନେ ବଡ ହେବ ଓ ଭଲ କାମ କରି ଓଡିଆ ଜାତିର ଗୌରବ ବଢାଇବ, ଏ ବିଶ୍ବାସ ଆମ ସମସ୍ତଙ୍କ ଭିତରେ ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ, “ପିଲାମାନେ ତୁମେମାନେ ଆଗକୁ ବଢ, ମୋର ଶୁଭେଚ୍ଛା ଓ ଆଶୀର୍ବାଦ ସବୁବେଳେ ତୁମ ସାଥିରେ ରହିଛି ।”


ଏହି ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ରୂପାନ୍ତର କାର୍ଯ୍ୟକ୍ରମ  ଶିକ୍ଷକ ମାନଙ୍କ ଦାୟିତ୍ବ ବଢାଇଛି । ପିଲାମାନେ ଯେପରି ଏହ ରୂପାନ୍ତର ସୁଯୋଗର  ସଠିକ ଉପଯୋଗ କରିପାରିବେ, ସେଥିପ୍ରତି ଧ୍ୟାନ ଦେବା ସହିତ   ପିଲା ମାନଙ୍କୁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ  ପରାମର୍ଶ ଦେଇଥିଲେ।  ନିଜ ନିଜ ସ୍କୁଲର ଫଳାଫଳକୁ ଶତପ୍ରତିଶତ କରିବାପାଇଁ  ଶିକ୍ଷକ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେଲେ, ସେ ଖୁସି ହେବେ ବୋଲି ପ୍ରକାଶ କରିଥିଲେ ।


ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା –


(1)    ସତ୍ୟଭାମା ବିଦ୍ୟାପୀଠ, ବଡଖଣ୍ଡି ପଞ୍ଚାୟତ


(2)    ମହାତ୍ମାଗାନ୍ଧୀ ହାଇସ୍କୁଲ, ଶେରଗଡ ପଞ୍ଚାୟତ



(3)    ଖରିଡା ହାଇସ୍କୁଲ, ଖରିଡା ପଞ୍ଚାୟତ


(4)    ରାମଚନ୍ଦ୍ରପୁର ହାଇସ୍କୁଲ,  ରାମଚନ୍ଦ୍ରପୁର, ଶେରଗଡ଼



(5)    ମକରଝୋଳ ହାଇସ୍କୁଲ, ମକରଝୋଳ ପଞ୍ଚାୟତ


(6)    ବରମୁଣ୍ଡୁଳି ହାଇସ୍କୁଲ, ବରମୁଣ୍ଡୁଳି  ପଞ୍ଚାୟତ



(7)    କାଞ୍ଜିଆମା ହାଇସ୍କୁଲ, କାଞ୍ଜିଆମା ତନହର ପଞ୍ଚାୟତ


(8)    ବାଳିକା ହାଇସ୍କୁଲ, ପିତ୍ତଳ ପଞ୍ଚାୟତ



(9)    ବ୍ରାହ୍ମଣଛାଇ ହାଇସ୍କୁଲ, ବ୍ରାହ୍ମଣଛାଇ ପଞ୍ଚାୟତ


(10)    ଓଡିଶା ଆଦର୍ଶ ବିଦ୍ୟାଳୟ, ପକିଡି, ଶେରଗଡ ପଞ୍ଚାୟତ



ଏହି ପାଞ୍ଚ ଦିନ କାର୍ଯ୍ୟକ୍ରମରେ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ମନର ଖୁସି ବ୍ୟକ୍ତ କରିଥିଲେ। ଭବିଷ୍ୟତରେ ତୁମେ କଣ ହେବାକୁ ଚାହୁଁଛ ବୋଲି ମୁଖ୍ୟମନ୍ତ୍ରୀ ଯେତେବେଳେ ପଚାରିଥିଲେ, ସେମାନେ ସମସ୍ତେ କିଏ ଡାକ୍ତର, କିଏ ଇଂଜିନିଅର ତ କିଏ ଶିକ୍ଷକ, ଆଇ.ଏ.ଏସ୍‌. ଆଇ.ପି.ଏସ୍‌ ଓ ସାମ୍ବାଦିକ ତଥା ବିଚାରପତି ହେବେ ବୋଲି କହିଥିଲେ । ସେମାନଙ୍କ ମନରେ ଆତ୍ମବିଶ୍ବାସର ଝଲକ ଭରି ରହିଥିଲା । ସ୍କୁଲର ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ଏକ ବଡ ପରିବର୍ତ୍ତନ ଆଣିପାରିଛି । ସେମାନେ କହିଥିଲେ ଯେ ଆମେ ସମସ୍ତେ ବର୍ତ୍ତମାନ ସରକାରୀ ସ୍କୁଲରେ ପଢୁଛୁ ବୋଲି ଗର୍ବ ଅନୁଭବ କରିପାରୁଛୁ । ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ପୂରଣ କରିବା ପାଇଁ ଆମେ ଆମର ଶ୍ରେଷ୍ଠ ଉଦ୍ୟମ କରିବୁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ ।


ଏହି କାର୍ଯ୍ୟକ୍ରମରେ କାବେରୀ, ସ୍ୱୟଂ ସମ୍ପୁର୍ଣ୍ଣା, ସୋନାଲି, କାଜଲ, ଶିଳ୍ପା, ଖୁସି, ମାମାଲି, ଶୁଭସ୍ମିତା ପ୍ରମୁଖ ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ରୁପାନ୍ତର କାର୍ଯ୍ୟ କ୍ରମ ପାଇଁ ସେମାନେ ଶିକ୍ଷା ଲାଭରେ ବହୁତ ଆଗକୁ ଯାଇପାରି ଛନ୍ତି ବୋଲି ପ୍ରକାଶ କରିଥିଲେ।


ଶିକ୍ଷକ ମାନେ ଅଂଶ ଗ୍ରହଣ କରି digital platformରେ ଶିକ୍ଷା ଦାନ ପାଠପଢ଼ା କୁ ଅଧିକ ଆକର୍ଷଣୀୟ କରି ପାରିଛି କହିଥିଲେ।




ଏହି ଅବସରରେ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବ୍ୟାଖ୍ୟାନ କରିଥିଲେ ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।


ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।


ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ଗଣ, ସାଂସଦ, ବିଧାୟକ ମାନେ ସମସ୍ତେ ହିଞ୍ଜିଳି ରେ 5T school transformation ସମ୍ପର୍କରେ ନିଜର ଅନୁଭବ ବର୍ଣନା କରିଥିଲେ। ଏହାଦ୍ବାରା ଓଡ଼ିଶାର ଭବିଷ୍ୟତ ପାଇଁ ଉଜ୍ବଳ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସେମାନେ କହିଥିଲେ।


ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ।

କାର୍ଯ୍ୟ କ୍ରମ ରେ ପୁର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।


ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ।

Powered by Froala Editor

Tags Chief minister , Naveen Patnaik , Odisha , 5t, V K Pandian

Related articles Odisha News Lens 4.1

  • ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ
    ଦେଶ-ଦେଶାନ୍ତର

    ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ

    13964
    Mar 06, 2026
  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ନାମାଙ୍କନ ଦାଖଲ କଲେ ନୀତିଶ କୁମାର

    15073
    Mar 05, 2026
  •  UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ
    ଦେଶ-ଦେଶାନ୍ତର

    UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13295
    Mar 06, 2026
  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    15053
    Mar 05, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ...
    ବାଣିଜ୍ୟ

    ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ...

    13838
    Mar 05, 2026
  •  ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ
    ବିଶେଷ

    ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14574
    Mar 05, 2026
  • ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ
    ଦେଶ-ଦେଶାନ୍ତର

    ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ

    15420
    Mar 04, 2026
  • ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି
    ଦେଶ-ଦେଶାନ୍ତର

    ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି

    14494
    Mar 04, 2026
  • ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ
    ଦେଶ-ଦେଶାନ୍ତର

    ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ

    15747
    Mar 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ

    15420
    Mar 04, 2026
  • ଦେଶ-ଦେଶାନ୍ତର

    ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି

    14494
    Mar 04, 2026
  • ଦେଶ-ଦେଶାନ୍ତର

    ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    15053
    Mar 05, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17361
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17774
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16246
    Apr 03, 2021

ବିଶେଷ

  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14574
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15041
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14250
    Mar 02, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    15056
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14678
    Feb 27, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15667
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15125
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14977
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14491
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    13838
    Mar 05, 2026
  • UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13295
    Mar 06, 2026
  • ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ

    15420
    Mar 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In